ଦାୟିତ୍ବ ନେଲେ କଂଗ୍ରେସର ନୂଆ ମୁଖିଆ

ଭକ୍ତଚରଣ ଦାସ ନୂଆ ପିସିସି ସଭାପତି ହୋଇଛନ୍ତି। ନୂଆ ମୁଖିଆ ପାଇବା ପରେ ଚଳଚଞ୍ଚଳ ହୋଇଉଠିଛି କଂଗ୍ରେସ ଭବନ। ଏହାରି ଭିତରେ ସାମ୍ନାକୁ ଆସିଛି ନିଆରା ଦୃଶ୍ୟ। ନୂଆ ମୁଖିଆଙ୍କୁ ସ୍ବାଗତ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ହୋମଯଜ୍ଞ। ରିଷ୍ଟ ଖଣ୍ଡନ ପାଇଁ ହୋମଯଜ୍ଞ କରାଯାଇଛି।

ପୂଜକଙ୍କ ଉପସ୍ଥିତିରେ ପୂଜା କରାଯାଇଛି। ସେପଟେ ସଂକଳ୍ପ ଯାତ୍ରା ସାରି କଂଗ୍ରେସ ଭବନରେ ଭକ୍ତ ଦାସ। ଭବ୍ୟସ୍ବାଗତ କଲେ ନେତା ଓ କର୍ମୀ। ଶୁଭବେଳା ବେଳା ଦେଖି କଂଗ୍ରେସ ଭବନ ଭିତରକୁ ପ୍ରବେଶ କରିଛନ୍ତି ।

ତାଙ୍କ ସହ ଅଛନ୍ତି ପ୍ରଭାରୀ ଅଜୟ କୁମାର ଲଲୁ। କଂଗ୍ରେସକୁ ଆଗକୁ ନେବା ପାଇଁ ସମସ୍ତ ବରିଷ୍ଠ ନେତାଙ୍କୁ ଡାକିଛନ୍ତି ଭକ୍ତ ଦାସ।

ଏଥିସହ ସାମ୍ବାଦିକ ସମ୍ବିଳନୀ କରି ସେ କହିଛନ୍ତି ସଂଗଠନ କୁ ସୁଦୃଢ କରିବା ପାଇ କିଛି ନୂଆ କରିବାକୁ ଆମେ ଚେଷ୍ଟା କରିଛୁ ସେଥିପାଇଁ ବିମାନ ବନ୍ଦର ରୁ ସିଧା ଜଗନ୍ନାଥ ମନ୍ଦିର କୁ ଚାଲିଥିଲୁ ପଦ ଯାତ୍ରା ର ସଂଙ୍କଳ୍ପ ବି ନେଲୁ , ସେହି ସଂଙ୍କଳ୍ପ ଭିତରେ ଥିଲା ସମର୍ପଣ ଭାବ ଜଗନ୍ନାଥ ଙ୍କ ମାର୍ଗ ଦର୍ଶନ ରହିଛି ଗରିବ ଙ୍କ ପାଇଁ କାମ କରିବାକୁ , ଏଥିସହ ସମସ୍ତଙ୍କ ସହଯୋଗ ମୋ ସହ ଅଛି , ରାଜ୍ୟବାସୀ ଙ୍କୁ ନିବେଦନ ଆପଣଙ୍କ ସହଯୋଗ ଦରକାର

Post Views43 Total Count

Apply Now


This will close in 0 seconds

error: Content is protected !!