୨ ଆହତ ଯାତ୍ରୀଙ୍କୁ ମୁମ୍ବାଇ ଏୟାରଲିଫ୍‌ଟ

ଏକ ବିଲରେ ବିମାନ ଦୁର୍ଘଟଣା ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପରେ ରାଉରକେଲାରେ ଡିଜିସିଏ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ସେମାନଙ୍କ ସହ ‘ୱାନ୍‌ ଏୟାର’ କର୍ତ୍ତୃପକ୍ଷ, ଏଏଆଇବି ଟିମ୍‌ ପହଞ୍ଚି ଦୁର୍ଘଟଣାର ସବୁଦିଗକୁ ନେଇ ତଦନ୍ତ କରିଛନ୍ତି। ଘଟଣାସ୍ଥଳରେ ଏରିଏଲ୍‌ ସର୍ଭେ କରାଯିବା ସହ ଉଭୟ ପାଇଲଟ୍‌ଙ୍କ ସହ ଆଲୋଚନା କରିଛନ୍ତି।

ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି। ରବିବାର ଦିନ ପ୍ରାୟ ୧୧ଟାରେ ରାଉରକେଲା ବିମାନବନ୍ଦରରେ ଓହ୍ଲାଇ ସେଠାରୁ ସିଧାସଳଖ ଜେପି ହସ୍ପିଟାଲରେ ପହଞ୍ଚିଥିଲେ।ଅନ୍ୟପକ୍ଷରେ ଆହତ ଦମ୍ପତି ସବିତା ଓ ସୁନୀଲ ଅଗ୍ରୱାଲଙ୍କ ଅନୁରୋଧକ୍ରମେ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ ମୁମ୍ବାଇ ଏୟାରଲିଫ୍‌ଟ କରାଯାଇଛି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି ଶ୍ରୀମତୀ ପାଢ଼ୀ ସୂଚନା ଦେଇଛନ୍ତି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଓ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଦଳକୁ ଘଟଣାସ୍ଥଳରେ ଏରିଏଲ୍‌ ସର୍ଭେ ପାଇଁ ହେଲିକପ୍ଟର ଯୋଗାଇ ଦିଆଯାଇଛି। ପରିସ୍ଥିତିର ପ୍ରଭାବଶାଳୀ ପରିଚାଳନା ଓ ସୁରକ୍ଷା ପ୍ରୋଟୋକଲର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଶ୍ରୀମତୀ ପାଢ଼ୀ ସମସ୍ତ ଏଜେନ୍ସି ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି। ଗୁରୁତର ଯାତ୍ରୀ ସୁଶାନ୍ତ ବିଶ୍ବାଳ ଓ ଉଭୟ ପାଇଲଟ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପଶ୍ଚିମାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି।

Post Views2 Total Count

Apply Now


This will close in 0 seconds

error: Content is protected !!