ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ

ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ । ଶ୍ମଶାନରେ ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ। ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା ଗଙ୍ଗାଧର ସାମନ୍ତରାୟଙ୍କ ମୃତ୍ୟୁ ପରେ ଝିଅ ସ୍ବାଗତିକା ସାମନ୍ତରାୟ ମୁଖାଗ୍ନି ଦେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

ବଡ଼ ବଡ଼ ସହରରେ ଏହା ଏକ ସାଧାରଣ ଦୃଶ୍ୟ ହୋଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳିଥାଏ ।

ସମାଜର ପ୍ରତ୍ୟାଖନ ଭୟରେ କେହି ଝିଅ ଏଭଳି ସାହସ କରନ୍ତିନି । ଏବେ ମାଲକାନଗିରିରେ ଏହି ଘଟଣାଟି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

ଘରେ କେହି ଭାଇ ନଥିବା ଯୋଗୁଁ ସାନ ଝିଅ ସ୍ଵାଗତିକା ସାମନ୍ତରାୟ ବାପା ସ୍ବର୍ଗତ ସାମନ୍ତରାୟଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେଇଛନ୍ତି । ଗଙ୍ଗାଧର ସାମନ୍ତରାୟ ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା ଥିଲେ ।

Post Views4 Total Count

Apply Now


This will close in 0 seconds

error: Content is protected !!