ଢେଙ୍କାନାଳ ଗସ୍ତରେ 5T ସଚିବ, ସେବାୟତଙ୍କ ସହ ଆଲୋଚନା

ଆଜି ସକାଳୁ ଢେଙ୍କାନାଳର ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିର ଯାଇ ଦର୍ଶନ କରିଛନ୍ତି 5T ସଚିବ । ଦୀର୍ଘ ୬୦ ବର୍ଷରୁ ମନ୍ଦିରର ଉନ୍ନତି କାମ ହୋଇ ନଥିବା ସେବାୟତମାନେ କହିଛନ୍ତି । ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।
ମନ୍ଦିରରେ ଶ୍ରୀକୃଷ୍ଣ, ରୁକ୍ମିଣୀ, ବଳରାମ ଓ ମାଆ ଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ଏହାସହ ମନ୍ଦିର ଓ ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଏହା ପରେ ଷ୍ଟାଡିଅମ ଯାଇ ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଙ୍ଘ ସହ ଆଲୋଚନା କରିଛନ୍ତି 5T ସଚିବ । । କ୍ରୀଡ଼ାର ବିକାଶ ପାଇଁ ଯାହା ଦରକାର, ରାଜ୍ୟ ସରକାର ତାହା ଯୋଗାଇ ଦେବେ ।

ଯେଉଁ ସବୁ ଦାବି କରାଯାଇଛି, ତା’ର ସମାଧାନର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ କ୍ରୀଡ଼ାବିତ ଉତ୍ସାହିତ କରିବା ସହ ନିଜ ଅନୁଭୂତି ବଖାଣିଥିଲେ 5T ସଚିବ । ଭଲ କ୍ରୀଡ଼ାବିତ ହେବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । ତାସହ ଭଲ ପାଠ ପଢ଼ିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!