ମାନସ ରଞ୍ଜନ ସାହୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି

ଡାକ୍ତର ମାନସ ରଞ୍ଜନ ସାହୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବର ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଆଜି ଏନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ମେଡିକାଲ ସାଇନ୍ସ ପ୍ରତିଷ୍ଠାନରେ ଜେନେରାଲ ସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଡାକ୍ତର ସାହୁଙ୍କୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ୪ବର୍ଷ ଅବା ସେ ୭୦ବର୍ଷ ବୟସ(ଯାହା ପ୍ରଥମେ ହେବ) ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଡାକ୍ତର ସାହୁ ଚେନ୍ନାଇସ୍ଥିତ ଏସଆରସିଏମସିଆରଆଇରୁ ସର୍ଜିକାଲ ଗାଷ୍ଟ୍ରୋଏଂଟନୋଲୋଜିରେ ଫେଲୋସିପ୍ ପାଇଛନ୍ତି।

ତାଙ୍କର ଅଧ୍ୟାପନା କ୍ଷେତ୍ରରେ ୨୬ବର୍ଷରୁ ଅଧିକ ଅବଧିର ଅଭିଜ୍ଞତା ରହିଛି। ସେ ୬ବର୍ଷରୁ ଅଧିକ ସମୟ ଧରି ପ୍ରଫେସର ଅବା ସମତୁଲ ପଦବୀରେ କାର୍ଯ୍ୟ କରିଛନ୍ତି। ଏମସ ଜେନେରାଲ ସର୍ଜରୀ ବିଭାଗର ମୁଖ୍ୟ ଓ ମେଡିକାଲ ବୋର୍ଡ ଅଧ୍ୟକ୍ଷ ଭାବେ ତାଙ୍କର ପ୍ରଶାସନିକ ଦକ୍ଷତା ମଧ୍ୟ ରହିଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାଦିନରୁ ଏହାର କୁଳପତି ଭାବେ ଡାକ୍ତର ଦତ୍ତାତ୍ରେୟ ହୋତା ଦାୟିତ୍ୱ ତୁଲାଇ ଆସୁଛନ୍ତି ।

Post Views98 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!