ଗାଁଠୁ ସହର ସବୁଠି ରାଜନୀତିର ଚର୍ଚ୍ଚା। ଟିକେଟ ପାଇବା ପରେ ନିଜ ନିଜ କ୍ଷେତ୍ରରେ ସକ୍ରିୟ ନେତା । କିଏ ବାଇକ ରାଲି କରୁଛି ତ ଆଉ କିଏ ପଦଯାତ୍ରା । ଭୋଟରଙ୍କ ପାଖକୁ ଯାଇ ନିଜ ସପକ୍ଷରେ କରୁଛନ୍ତି ଭୋଟ ଭିକ୍ଷା । ଜୋରଦାର ହେଲାଣି ନିର୍ବାଚନ ମାହୋଲ।ପ୍ରଚାରରେ କମ୍ପୁଛି ମଇଦାନ। ବିଜେଡି ଫୋସକରେ କଟକ ଲୋକସଭା ଆସନ ।
କଟକ ସଦର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଚନ୍ଦ୍ର ସାରଥୀ ବେହେରା । ପୁଣିଥରେ ତାଙ୍କ ଉପରେ ଭରସା କରି ଏହି ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି ଦଳ । ଓଡିଶାରେ ଯେଉଁ ନେତ୍ବତ୍ବମାନେ ରାଜନିତୀରେ ମଙ୍ଗ ଧରିଛନ୍ତି ଓ ଲୋକମାନଙ୍କର ବିଶ୍ବାସ ଭାଜନ ହୋଇପାରିଛନ୍ତି , ସେମାନଙ୍କ ମଧ୍ୟରୁ ଚନ୍ଦ୍ର ସାରଥୀ ବେହେରା ଅନ୍ୟତମ ।କଟକ ସଦରର ବିକାଶକୁ ଆହୁରି ଅଗ୍ରସର କରିବା ପାଇଁ ଆସ୍ଥା ଭାଜନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଚନ୍ତ୍ର ଚନ୍ଦ୍ରସାରଥୀ ବେହେରାଙ୍କୁ ପୁଣି ଥରେ ବିଧାୟକ ପ୍ରାର୍ଥୀ କରିଛନ୍ତି।ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରାର୍ଥୀ ହେବା ପରେ ପରେ ପ୍ରତିକ୍ରିୟାରେ ଚନ୍ଦ୍ର ସାରଥୀ ବେହେରା କହିଛନ୍ତି, ଆମେ ଲୋକଙ୍କ ପାଇଁ କାମ କରୁଛୁ, କରିବୁ । ମୋର ଦୃଢ ବିଶ୍ବାସ ଲୋକ ମାନେ ତାଙ୍କୁ ଭୋଟରେ ପ୍ରତିଫଳିତ କରିବେ।କଟକ ସଦରର ବିକାଶ ଯେଉଁ ଭଳି ଭାବେ ଚାଲିଛି , ଆହୁରି କାମ ବି ବାକି ରହିଛି । ସେଗୁଡିକୁ ଆମେ ସମ୍ପୂର୍ଣ୍ଣ କରିବୁ । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ।” 2019 ନିର୍ବାଚନରେ କଟକ ସଦର ବିଧାନସଭା ଆସନରେ ଚନ୍ଦ୍ର ସାରଥୀ ବେହେରା ବିଜୟୀ ହୋଇଥିଲେ । ତାଙ୍କୁ 86 ହଜାର 254 ଭୋଟ ମିଳିଥିଲା । ଚନ୍ଦ୍ର ସାରଥୀ ବେହେରା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜଣେ ମନ୍ତ୍ରୀ ଭାବରେ ୨୦୧୭ରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଛନ୍ତି ।

