ବଲାଙ୍ଗୀର ସଭା ମଞ୍ଚରୁ ରାହୁଲ ଗାନ୍ଧୀଙ୍କ ବଡ ବୟାନ । ଜୁନ୍ ୪ରେ ଭାରତରେ ହେବ ଇଣ୍ଡିଆ ମେଣ୍ଟର ସରକାର । ବୁଧବାର ବଲାଙ୍ଗୀରରେ କଂଗ୍ରେସ ପାଇଁ ପ୍ରଚାର କରିବା ସହିତ ଜନସଭାକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ମୋଦୀ ୨୨ ଜଣ ଲୋକଙ୍କୁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦେଇଛନ୍ତି । ହେଲେ ଆମେ ଆମେ କୋଟି କୋଟି ଲୋକଙ୍କୁ ଲକ୍ଷପତି ବନେଇବାକୁ ଯାଉଛୁ । ରାହୁଲ କହିଛନ୍ତି, ଜୁନ୍ ୪ରେ ଇଣ୍ଡିଆ ମେଣ୍ଟର ସରକାର ହେବ ।
ଏହାପରେ ଭାରତର ସବୁ ଗରିବ ଲୋକଙ୍କ ଏକ ଲିଷ୍ଟ ହେବ । ଗରିବ, ପଛୁଆ ବର୍ଗ, ଦଳିତ, ସଂଖ୍ୟାଲଘୁ ସମସ୍ତଙ୍କର ଲିଷ୍ଟ ହେବ । ତା ସହିତ ପ୍ରତି ଗରିବ ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ । ଜୁନ୍ ୪ରେ ସରକାର ଗଠନ ହେବାର ମାସକ ଭିତରେ ଅର୍ଥାତ ଜୁଲାଇ ୪ ତାରିଖରେ ସେହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ୮୫୦୦ ଟଙ୍କା ଆସିବ । ଏହାପରେ ପ୍ରତି ମାସରେ ସେହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ଏହିପରି ଭାବେ ଗୋଟିଏ ବର୍ଷରେ ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ବଲାଙ୍ଗୀରରେ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ସରକାର ଆସିଲା ପରେ, ସବୁ ଫ୍ୟାକ୍ଟ୍ରି ପୁଣି ଚାଲୁହେବ । ଫ୍ୟାକ୍ଟ୍ରି ଚାଲୁ ହେବା ପରେ ଲୋକଙ୍କୁ ରୋଜଗାର ମିଳିବ । ଆମେ ଭାରତର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରୁଛୁ ।
ଇଞ୍ଜିନରେ ପେଟ୍ରୋଲ ଦେଉଛୁ । ଏଥିରେ ଇଞ୍ଜିନ ହେଉଛନ୍ତି ଆପଣ, ପେଟ୍ରୋଲ ହେଉଛି ଏହି ଏକ ଲକ୍ଷ ଟଙ୍କା ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

