ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ମିଳିଲା ଅନୁମତି

କୋଭିଡ ଆଳରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ବାରଣ କରିଥିଲେ ବିଜେଡି ସରକାର। କୋଭିଡ କଟକଣା ଉଠିଲା, କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଲେନି। ଏବେ ବିଜେପି ସରକାର ପ୍ରଥମ ଥର ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ପରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଇଛନ୍ତି। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି।

କୋଭିଡ ଆଳରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ବାରଣ କରିଥିଲେ ବିଜେଡି ସରକାର। କୋଭିଡ କଟକଣା ଉଠିଲା, କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଲେନି। ଏବେ ବିଜେପି ସରକାର ପ୍ରଥମ ଥର ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ପରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଇଛନ୍ତି।ଲୋକସେବା ଭବନରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ସାମ୍ବାଦିକ ନିଜ ଆଧାର କାର୍ଡ ଓ କାର୍ଯ୍ୟରତ ସଂସ୍ଥାର ନିଜ ପରିଚୟପତ୍ର ଦେବେ । ଏହାପରେ ଜଣେ ସାମ୍ବାଦିକ ଓ ଜଣେ ଫଟୋଗ୍ରାଫରଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ସାମ୍ବାଦିକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ଲୋକସେବା ଭବନରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ସାମ୍ବାଦିକ ନିଜ ଆଧାର କାର୍ଡ ଓ କାର୍ଯ୍ୟରତ ସଂସ୍ଥାର ନିଜ ପରିଚୟପତ୍ର ଦେବେ । ଏହାପରେ ଜଣେ ସାମ୍ବାଦିକ ଓ ଜଣେ ଫଟୋଗ୍ରାଫରଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ସାମ୍ବାଦିକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏହାକୁ ବହୁ ସାମ୍ବାଦିକ ବି ସ୍ବାଗତ କରିଛନ୍ତି।

Post Views3 Total Count

Apply Now


This will close in 0 seconds

error: Content is protected !!