ପ୍ରତିଥର ମୋଦୀଙ୍କ ବିଦେଶ ଗସ୍ତ ସମୟରେ ଗୁରୁତ୍ବପୂର୍ଣ୍ଣ ବୈଠକଗୁଡ଼ିକରେ ଜଣେ ମହିଳାଙ୍କୁ ଦେଖିବାକୁ ମିଳେ। ତାଙ୍କ ନାମ ହେଉଛି ଗୁରଦୀପ କୌର ଚାୱଲା। ଅନୁବାଦ ଓ ବ୍ୟାଖ୍ୟାକରଣ ବୃତ୍ତିରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। କୂଟନୈତିକ ଓ ଶିଳ୍ପ ଜଗତକୁ ସେ ଅନୁବାଦ ସେବା ଯୋଗାଇ ଦେଇଥାନ୍ତି।
କୌର ଚାୱଲା ସେଣ୍ଟ ଷ୍ଟିଫେନ୍ସ କଲେଜ, ଦିଲ୍ଲୀରୁ ଇଂରାଜୀ ଭାଷା ସାହିତ୍ୟରେ ବିଏ (ସମ୍ମାନ) ଏବଂ ରାଜନୀତି ବିଜ୍ଞାନରେ ଏମ୍ଏ ଓ ପିଏଚ୍ଡି ଡିଗ୍ରି ହାସଲ କରିଛନ୍ତି। ଭାରତୀୟ ପାର୍ଲାମେଣ୍ଟ, କାଲିଫର୍ଣ୍ଣିଆର ଜୁଡ଼ିସିଆଲ କାଉନ୍ସିଲ ଏବଂ ଆମେରିକା ବୈଦେଶିକ ବିଭାଗରୁ ସେ ପ୍ରଶିକ୍ଷଣ ନେଇଛନ୍ତି।ଚାୱଲା ଆମେରିକାର ସିଲିକନ ଭାଲିରେ ରହୁଥିବା ଜଣେ ସଫଳ ଶିଳ୍ପୋଦ୍ୟୋଗୀ।
ସେ ମଧ୍ୟ ଜଣେ ଭଲ ବ୍ୟାଖ୍ୟାକାର ଓ ଅନୁବାଦିକା ଏବଂ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ନେତାମାନଙ୍କୁ ସରଳ ଭାଷାରେ ବୁଝାଇଦେଇଥାନ୍ତି।

