ସରକାରୀ କୋଠା ପରେ ଏବେ ସରକାରୀ ସ୍କୁଲର ରଙ୍ଗ ବଦଳିବ । ନୀଳ ରଙ୍ଗରୁ ହେବ ଗେରୁଆ । ସରକାରୀ ସ୍କୁଲରେ ‘ୟୁନିଫର୍ମ କଲର୍’ ଆପଣାଇବା ପାଇଁ ସରକାରୀ ଚିଠି ହେବା ସହ ‘କଲର୍ କୋଡ୍’ ମଧ୍ୟ ସ୍ଥିର କରାଯାଇଛି । ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲର ରଙ୍ଗ ବଦଳିବା ନେଇ ଓଡ଼ିଶା ସ୍କୁଲ୍ ଏଜୁକେସନ ପ୍ରୋଗ୍ରାମ୍ ଅଥରିଟି ବା ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନୂଆ ସରକାରରେ ରାଜ୍ୟର ସରକାରୀ ସ୍କୁଲ କୋଠାଗୁଡ଼ିକର ରଙ୍ଗ ବଦଳିବ । ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ନୂଆ ରଙ୍ଗ କୋଡ୍ ଅନୁସାରେ ସ୍ଥିର ହେବ । ଏହାସହ ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ବେଳେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପା ଚିଠି କରିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୫ଟି ବ୍ୟବସ୍ଥାରେ ସ୍କୁଲ୍ କୋଠା ସମେତ ବିଭିନ୍ନ ସରକାରୀ କୋଠାର ରଙ୍ଗକୁ ନୀଳ କରାଯାଇଥିଲା ।

