ନୂଆ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦଳିଲା ଠିକଣା। ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୬ ବର୍ଷ ପରେ ସିଏମ୍ କ୍ଵାର୍ଟରରେ ରହିବେ ମୁଖ୍ୟମନ୍ତ୍ରୀ। ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜାର୍ଚ୍ଚନା କରି ମୁଖ୍ୟମନ୍ତ୍ରୀ ସପରିବାରେ ଗୃହ ପ୍ରବେଶ କରିଛନ୍ତି। ପୂର୍ବରୁ ଗାନ୍ଧି ମାର୍ଗସ୍ଥିତ କ୍ଵାର୍ଟରରେ ରହୁଥିଲେ ମୋହନ। ଶୁଭବେଳା ଅନୁସାରେ ପ୍ରଥମେ ନନ୍ଦା ଏବଂ ନନ୍ଦିନୀ ନାମକ ଦୁଇ ଗୋମାତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ୧୦ଟା ୪୭ରେ ମୁଖ୍ୟମନ୍ତ୍ରୀ ଘର ଭିତରକୁ ପ୍ରବେଶ କରିଛନ୍ତି। ପୁରୀରୁ ଆସିଥିବା ୧୧ ଜଣ ପଣ୍ଡିତଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଛି। ଦିନ ତମାମ ପୂଜାର୍ଚ୍ଚନା ଚାଲିବ। ଏହି ଦୁଇଟି ଗାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସବୁଦିନ ରହିବେ।

ସୂଚନାନୁଯାୟୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଗିରିଧାରୀ ଗମାଙ୍ଗଙ୍କ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୃତୀୟ ବ୍ୟକ୍ତି ଭାବେ ସିଏମ୍ କ୍ଵାର୍ଟରରେ ରହିବେ। ଦୀର୍ଘ ୨୬ ବର୍ଷ ହେଲା ଏହି ସରକାରୀ ବାସଭବନ ଖାଲି ପଡ଼ିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ରହୁଥିଲେ। ଏହି ବାସଭବନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ତେବେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ଏଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସିଏମ୍ କ୍ଵାର୍ଟରର ମରାମତି କାମ ଆରମ୍ଭ ହୋଇଥିଲା। ଦୀର୍ଘ ୮ ମାସ ଧରି ମରାମତି କାର୍ଯ୍ୟ ଚାଲିଥିଲା। ମରାମତି କାର୍ଯ୍ୟ ଶେଷ ହେବାପରେ ଆଜି ରୀତିନୀତି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ ହୋଇଛି। ସିଏମ୍‌ଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଗକୁ ଏହିଠାରୁ ମୋହନ ମାଝୀ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିବେ ବୋଲି ସୂଚନା ମିଳିଛି।

Post Views5 Total Count

Apply Now


This will close in 0 seconds

error: Content is protected !!