ବ୍ୟକ୍ତିଗତ ଭାବେ ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ପୀୟୂଷ

ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ ଥମିବାର ନାଁ ଧରୁନାହିଁ। ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ କୁହାଯାଇଥିବା ବେଳେ ଆଜି ପୀୟୂଷ ବ୍ୟକ୍ତିଗତ ଭାବେ ହାଜର ହୋଇନାହାନ୍ତି। ଓକିଲଙ୍କ ଜରିଆରେ ପୀୟୂଷ କୋର୍ଟରେ ନିଜ ପକ୍ଷ ରଖିଛନ୍ତି।

ଜାନୁଆରୀ ୧୦ ତାରିଖରେ ପୀୟୂଷଙ୍କୁ ଭୁବନେଶ୍ବର କୋର୍ଟ ଅର୍ଡର କପି ମିଳିଥିଲା। ମଞ୍ଚ ବାରଣ ନେଇ ଭୁବନେଶ୍ବର କୋର୍ଟ ଅର୍ଡର କପି ଦେଇଥିଲେ। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ଅର୍ଡର କପି ମିଳିଥିଲା। ଆଜି ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା।

ପୂର୍ବରୁ ପୀୟୂଷ କହିଥିଲେ କୋର୍ଟଙ୍କ ପାଖରୁ ନୋଟିସ ପାଇ ନାହିଁ, ନୋଟିସ ପାଇଁ ଅପେକ୍ଷା କରିଛି ନୋଟିସ ନ ପାଇବା ପର୍ଯ୍ୟନ୍ତ ମୁଁ ମଞ୍ଚ ଚଢିବି।

Post Views40 Total Count

Apply Now


This will close in 0 seconds

error: Content is protected !!