ମୋଦୀଙ୍କ ସହ ଗୁଡ଼ି ଉଡ଼ାଇଲେ ଜର୍ମାନ ଚାନ୍ସେଲର

ମୋଦୀଙ୍କ ସହ ଗୁଡ଼ି ଉଡ଼ାଇଲେ ଜର୍ମାନ ଚାନ୍ସେଲର । ସାବରମତୀ କୂଳରେ ମୋଦୀ ଓ ଜର୍ମାନ ଚାନ୍ସେଲର ଗୁଡ଼ି ଉଡ଼ାଇ ମଜା ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନ ଚାନ୍ସେଲର ଫ୍ରିଡ୍ରିକ୍ ମର୍ଜ ଆଜି ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟକୁ ଯାଇଛନ୍ତି ।

ଆନ୍ତର୍ଜାତୀୟ ଗୁଡ଼ି ଉତ୍ସବ-୨୦୨୬ ରେ ସାମିଲ ହୋଇ ଦୁଇ ନେତା ଭାରତୀୟ ପରମ୍ପରାର ମଜା ନେଇଛନ୍ତି । ଗୁଜରାଟ ଗସ୍ତରେ ଥିବା ଜର୍ମାନ ଚାନ୍ସେଲରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସାବରମତୀ ନଦୀ କୂଳରେ ଭବ୍ୟ ସ୍ୱାଗତ କରିଥିଲେ ।

ଦୁଇ ନେତା ରଙ୍ଗବେରଙ୍ଗର ଗୁଡ଼ି ଉଡ଼ାଣର ମଜା ନେବା ସହ ସ୍ଥାନୀୟ କଳାକାରଙ୍କ ସହ ସମୟ ବିତାଇଥିଲେ ।

Post Views45 Total Count

Apply Now


This will close in 0 seconds

error: Content is protected !!