ଓଡ଼ିଶାରୁ ଘରୋଇ କି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବାକୁ ରାଜି ହେଉନାହାନ୍ତି ଏୟାରଲାଇନ୍ସ

ଓଡ଼ିଶାରୁ ଘରୋଇ କି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବାକୁ ଏୟାରଲାଇନ୍ସ ରାଜି ହେଉନାହାନ୍ତି। ରାଜ୍ୟ ସରକାର ଯେଉଁ ଅଫର୍ ଦେଉଛନ୍ତି ତାହା ଏୟାରଲାଇନ୍ସକୁ ଆକର୍ଷଣ କରିପାରୁନି। ନା ଘରୋଇ ନା ବିଦେଶୀ ଏୟାରଲାଇନ୍ସ କାହା ମନକୁ ରାଜ୍ୟ ସରକାରଙ୍କ ଅଫର୍ ପାଉନି। ଫଳରେ ରାଜ୍ୟ ସରକାର ହକି ବିଶ୍ବକପ୍କୁ ନଜରରେ ରଖି ଭୁବନେଶ୍ବର, ଝାରସୁଗୁଡ଼ା ଓ ରାଉରକେଲାରୁ ଅଧିକ ବିମାନ ଉଡ଼ାଣ ପାଇଁ ଯେଉଁ ଯୋଜନା କରିଥିଲେ ତାହା ସମ୍ଭବ ହୋଇପାରି ନାହିଁ।
ଭୁବନେଶ୍ବରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ସର୍ତ୍ତ ରଖିଥିଲେ ଯେ ବିମାନ ଭଡ଼ା ବାବଦକୁ ଯେତିକି ଅର୍ଥ ଖର୍ଚ୍ଚ ହେବ ତାହା ରାଜ୍ୟ ସରକାର ବହନ କରିବେ। ପ୍ରତିବଦଳରେ ଏୟାରଲାଇନ୍ସ ପ୍ରତି ଉଡ଼ାଣ ପିଛା ଯେତିକି ଟିକେଟ୍ ବୁକିଂ କରିବେ ସେହି ଅର୍ଥ ରାଜ୍ୟ ସରକାରଙ୍କୁ ଦେବେ। ଯିଏ ରାଜ୍ୟ ସରକାରଙ୍କ ଠାରୁ ଭଡ଼ା ବାବଦକୁ କମ୍ ଅର୍ଥ ନେବାକୁ କୋଟେସନ୍ ଦେବ ସେହି ସଂସ୍ଥାକୁ ରାଜ୍ୟ ସରକାର କାର୍ଯ୍ୟାଦେଶ ଦେବେ। ସମାନ ସର୍ତ୍ତ ଭୁବନେଶ୍ବର, ଝାରସୁଗୁଡ଼ା ଓ ରାଉରକେଲାରୁ ବିମାନ ଉଡ଼ାଣ କରିବାକୁ ଥିବା ଏୟାରଲାଇନ୍ସ ପାଇଁ ରଖିଲେ। ହେଲେ କୌଣସି ଏୟାରଲାଇନ୍ସ ଆବେଦନ କଲେନି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!