ଗୋଟିଏ ଘରୁ ଦୁଇ ଭାଇ ନିଟ୍ ପରୀକ୍ଷାରେ ସଫଳ

ଗୋଟିଏ ଘରୁ ଦୁଇ ଭାଇ ନିଟ୍ ପରୀକ୍ଷାରେ ସଫଳ ହୋଇଛନ୍ତି । ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ମାଧପୁର ଗାଁର ଦୁଇ ଭାଇ । ବଡ଼ ଭାଇ ଜ୍ଞାନରଞ୍ଜନ ଦାଶ ଓ ସାନ ଭାଇ ପ୍ରଭଞ୍ଜନ ଦାଶ । ଏହି ସଫଳତା ପାଇଁ ଜ୍ଞାନରଞ୍ଜନ ଓ ପ୍ରଭଞ୍ଜନଙ୍କୁ ବେଶ୍ କଷ୍ଟ କରିବାକୁ ପଡ଼ିଛି । ସେମାନଙ୍କ ବାପା ଗୋବିନ୍ଦ ଦାଶ ଜଣେ ଟ୍ୟୁସନ ଶିକ୍ଷକ । ମା’ ମୀନତି ପଣ୍ଡା ଜଣେ ଅଙ୍ଗନବାଡ଼ି କର୍ମୀ ।

ଦୁହିଁଙ୍କ ସୀମିତ ରୋଜଗାରରେ ବହୁ କଷ୍ଟରେ ପାଠ ପଢ଼ିଥିଲେ ଜ୍ଞାନରଞ୍ଜନ ଓ ପ୍ରଭଞ୍ଜନ । କିନ୍ତୁ କେବେ ବି ସେମାନେ ହାର ମାନି ନଥିଲେ କି ସେମାନଙ୍କ ବାପାମା’ ବି ହାର ମାନି ନଥିଲେ।

ଗୋବିନ୍ଦ ଦିନରେ ଟ୍ୟୁସନ କରୁଥିବା ବେଳେ ରାତିରେ ଦୁଇ ପୁଅଙ୍କୁ ପଢ଼ାଉଥିଲେ । ଅଭାବ ଅନଟନ ଭିତରେ ପୁଅମାନଙ୍କୁ ଡାକ୍ତର କରିବା ପାଇଁ ସ୍ୱପ୍ନ ଦେଖିଥିଲେ ଗୋବିନ୍ଦ ଓ ମୀନତି । ସେମାନଙ୍କ ସ୍ୱପ୍ନ ପୂରଣ ହୋଇଛି। ଦୁଇ ପୁଅ ଡାକ୍ତରୀ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି । ମାଧପୁର ଗାଁରେ ଥିବା ଗଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପାଠ ପଢି ଵଡ ଭାଇ ଜ୍ଞାନ ରଞ୍ଜନ ଦାଶ ୨୦୨୧ ମସିହାରେ ଦଶମରେ ୫୬୫ ନମ୍ବର ରଖି ବ୍ଲକରେ ଟପ୍ପର ହୋଇ ଥିଲେ ।

ସାନ ଭାଇ ପ୍ରଭଞ୍ଜନ ଦାଶ ୨୦୨୩ ମସିହାରେ ୫୪୬ ନମ୍ବର ମଧ୍ୟ ରଖିଥିଲେ। ପରେ ବାହାରେ ରହି କୋଚିଂ ନେଇ ପଢୁଥିବା ଦୁଇ ଭାଇ ନିଟ୍ ରେଜଲ୍ଟ ବାହାରିବା ପରେ ଗାଁକୁ ଫେରିଥିଲେ। ଗାଁର ଯୁବକ ଓ ଛାତ୍ରଛାତ୍ରୀମାନେ ଖୁସିରେ ଦୁଇ ଭାଇଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!