ଏଣିକି ଅନଲାଇନ ଆବେଦନ କରି ନେଇ ପାରିବେ ଏହି ସେବା

ଡିମାର୍କେସନ ପାଇଁ ଆଉ ବାରମ୍ବାର ତହସିଲ ଦୌଡିବାକୁ ପଡ଼ିବନି । କି କାହାକୁ ହାତଗୁଞ୍ଜା ଦେବାକୁ ପଡିବନି । ଆଉ ମାସ ମାସ ବି ସମୟ ଗଡିବନି । ଏଣିକି ଜମି ଡିମାର୍କେସନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ। ଆଉ ସେହି ନିର୍ଦ୍ଧାରିତ ଦିନ ହିଁ ତହସିଲ ଅଧିକାରୀ ଅମିନ ଏବଂ ପୋଲିସ ଆସି କରିବେ ଆପଣଙ୍କ ଜମିର ଡିମାର୍କେସନ । ଏଥିପାଇଁ ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ୍ ସାଇଟକୁ ଯିବାକୁ ପଡିବ।

ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କେସନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି ଦେବାକୁ ପଡିବ । ଆବେଦନ ସମିଟ୍ କରିବା ପରେ ତହସିଲଦାର ଆପଣଙ୍କ ଆବେଦନକୁ ଯାଞ୍ଚ କରିବେ । ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ଏସଏମଏସରେ ଆସିଯିବ । ନିର୍ଦ୍ଧାରିତ ତାରିଖରେ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସନ କରିବେ ।

Post Views18 Total Count

Apply Now


This will close in 0 seconds

error: Content is protected !!