ଓଡିଶାର ୪ ରାଜ୍ୟସଭା ସିଟ୍ ପାଇଁ ୪୦ ଦାବିଦାର

ଏପ୍ରିଲରେ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ଆଉ ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାତୀୟ ନିର୍ବାଚନ କମିସନ ଓଡ଼ିଶା ସମେତ ୧୦ ରାଜ୍ୟମାନଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର, ଭୋଟ୍ ଗ୍ରହଣ ସ୍ଥାନ ଏବଂ ବାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଧାନସଭା ସଚିବାଳୟକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ଚିଠିରେ କୁହାଯାଇଛି ରାଜ୍ୟସଭାରେ ୨୦୨୬ ଏପ୍ରିଲରେ ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କ ଯୋଗୁଁ ୧୦ଟି ରାଜ୍ୟରୁ ମୋଟ୍ ୩୭ଟି ଆସନ ଖାଲି ହେବ। ଏହି ଖାଲି ଆସନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାରେ ୪ଟି, ତାମିଲନାଡୁରେ ୬ଟି, ପଶ୍ଚିମବଙ୍ଗରେ ୫ଟି, ତେଲେଙ୍ଗାନାର ୨ଟି, ଆସାମର ୩ଟି, ବିହାରର ୬ଟି, ଛତିଶଗଡ଼ର ୨ଟି, ହରିୟାଣାର ୨ଟି ଆସନ, ହିମାଚଳ ପ୍ରଦେଶର ଗୋଟିଏ ଆସନ ରହିଛି ।

ଏହି ନିର୍ବାଚନ ପ୍ରକ୍ରିୟାରେ ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ରିଟର୍ଣ୍ଣିଂ ଅଫିସରଙ୍କର ନିଯୁକ୍ତି ପାଇଁ ପ୍ରସ୍ତାବ ମଗାଯାଇଛି। ଏହି ପ୍ରସ୍ତାବରେ ଅଧିକାରୀମାନଙ୍କର ଟେଲିଫୋନ୍ ନମ୍ବର, ମୋବାଇଲ୍ ନମ୍ବର, ଫ୍ୟାକ୍ସ ନମ୍ବର ଏବଂ ଇ-ମେଲ୍ ଆଇଡି ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଏହା ସହିତ ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟବହାର ହେବାକୁ ଥିବା ବ୍ୟାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେବାକୁ କୁହାଯାଇଛି

Post Views17 Total Count

Apply Now


This will close in 0 seconds

error: Content is protected !!