ଆମ୍ରୀ ଏବେ ମଣିପାଲ୍ ହସ୍ପିଟାଲ୍ସ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ

ଭାରତର ଦ୍ଵିତୀୟ ବୃହତ୍ତମ ଡାକ୍ତରଖାନା ଶୃଙ୍ଖଳା ମଣିପାଲ ହସ୍ପିଟାଲ୍ସ ୨୦୨୩ ସେପ୍ଟେମ୍ବରରେ ଅଧିଗ୍ରହଣ କରିଥିବା ଭୁବନେଶ୍ୱରର ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲ୍ କୁ ସଫଳତାର ସହ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି । ମେ\’ ୨୨ ତାରିଖରୁ ଏହି ହସ୍ପିଟାଲ୍ ଏହାର ବିଭିନ୍ନ ସେବାଗୁଡିକୁ ମଣିପାଲ ହସ୍ପିଟାଲର ମାନଦଣ୍ଡ ଅନୁଯାୟୀ ପ୍ରଦାନ କରିବ, ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବାର ରୂପାନ୍ତରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହେବ ।

ଏହି ଏକକୀକରଣ ଏହି ଅଞ୍ଚଳରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଯୁଗକୁ ସୂଚିତ କରୁଛି, କାରଣ ଏହି ଡାକ୍ତରଖାନାରେ ଥିବା ସୁବିଧାଗୁଡିକୁ ମହାନଗର ଅଞ୍ଚଳର ଡାକ୍ତରଖାନା ଗୁଡିକରେ ମିଳୁଥିବା ସୁବିଧା ଗୁଡିକ ସହିତ ସମାନ ସ୍ତରକୁ ଉନ୍ନତିକରଣ କରିବାକୁ ମଣିପାଲ ହସ୍ପିଟାଲ୍‌ସ୍‌ ପ୍ରତିଶୃତିବଦ୍ଧ । ପରିବର୍ତନର ଏକ ଅଂଶ ଭାବରେ, ନିମ୍ନଲିଖତ ଉପାଦାନଗୁଡିକ ମଣିପାଲ ହସ୍ପିଟାଲ ବ୍ରାଣ୍ଡିଂ ସହିତ ବଦଳାଯିବ, ଯାହା ଏକ ସମନ୍ବିତ ପରିଚୟ ଏବଂ ଗୁଣାତ୍ମକ ସେବା ପ୍ରଦାନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।

ମଣିପାଲ ହସ୍ପିଟାଲ୍ସର ଚିଫ୍ ପିପୁଲ୍ସ ଅଫିସର୍ ଶ୍ରୀ ପାର୍ଥ ଦାସ ଏହି ସମନ୍ବୟ ଉତ୍ସାହ ପ୍ରକାଶ କରି କହିଛନ୍ତି, “ସମଗ୍ର ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା ଯୋଗାଣକୁ ବୃଦ୍ଧି କରିବା ଆମର ଲକ୍ଷ୍ୟ ଦିଗରେ ଏହି ଏକକୀକରଣ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଆ ହସ୍ପିଟାଲ୍ ର ସମୃଦ୍ଧ ପରମ୍ପରା ସହିତ ମଣିପାଲ ହସ୍ପିଟାଲ୍ଡର ପାରଦର୍ଶୀତାକୁ ମିଶ୍ରଣ କରି, ଆମେ ଆମର ରୋଗୀମାନଙ୍କୁ ଉତ୍‌କୃଷ୍ଟ ଯନ୍ତ୍ର ପ୍ରଦାନ କରିବା ସହିତ ଆମ କର୍ମଚାରୀମାନଙ୍କ ମଧ୍ୟରେ ସହଯୋଗ ଏବଂ ଉତ୍କର୍ଷତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ମଧ୍ଯ ପ୍ରତିଶ୍ରୁତିବଦ୍ଧ । ଏହି ଏକକୀକରଣ, କର୍ମଚାରୀ ନୀତିର ମଧ୍ୟ ସମନ୍ବୟକୁ ସୂଚିତ କରେ, ଯାହା ଯାହା ସମସ୍ତ ପ୍ରତିଷ୍ଠାନରେ ଏକ ସମନ୍ବିତ ଏବଂ ସହାୟକ ପରିବେଶ ସୁନିଶ୍ଚିତ କରିବ । ସମଗ୍ର ଅଞ୍ଚଳରେ ଉଚ୍ଚ-ଗୁଣାତ୍ମକ ଯନ୍ତ୍ର ଏବଂ ଆମର କର୍ମଚାରୀଙ୍କ କଲ୍ୟାଣକୁ ସମ୍ପ୍ରସାରଣ କରି ଆମେ ଆନନ୍ଦିତ । “

ଭୁବନେଶ୍ବର ଓ ବିଜୟୱାଡ଼ାର କ୍ଲଷ୍ଟର ନିର୍ଦ୍ଦେଶକ ଡ. ସୁଧାକର କଂଟିପୁଡ଼ିଙ୍କମତରେ କହିଛନ୍ତି, “ମଣିପାଲ ହସ୍ପିଟାଲ୍‌ରେ ଆମ୍ରୀ ୟୁନିଟ୍ ର ଏକକୀକରଣ ପାଇଁ ମୁଁ ଆନନ୍ଦିତ । ଭୁବନେଶ୍ବରର ସ୍ବାସ୍ଥ୍ୟସେବା ଉତ୍କର୍ଷତା କ୍ଷେତ୍ରରେ ଏହା ଏକ ନୂତନ ଆରମ୍ଭ ହେବ । ଏହି ପଦକ୍ଷେପ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଆମର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି, ଯାହା ଦ୍ବାରା ଆମ ରୋଗୀମାନେ ଦୂର ଯାତ୍ରା ନକରି ବିଶ୍ୱସ୍ତରୀୟ ଚିକିତ୍ସା ପାଇପାରିବେ। “

ଏହି ପଦକ୍ଷେପ ଉପରେ ଆଲୋକପାତ କରି ହସ୍ପିଟାଲ ନିର୍ଦ୍ଦେଶକ, ଭୁବନେଶ୍ୱର, ଡା. ଶକ୍ତିମୟ ମହାପାତ୍ର କହିଛନ୍ତି, “ମଣିପାଲ୍ ହସ୍ପିଟାଲ୍ସ ସହ ଆମ୍ରୀ ଏକୀକରଣ ସମଗ୍ର ଦେଶରେ ଭିନ୍ନ‌ତମାନର ସ୍ବାସ୍ଥ୍ୟସେବାର ଉପଲବ୍ଧତାକୁ ବିସ୍ତାର କରିବା ପାଇଁ ଆମର ପ୍ରତିବଦ୍ଧତାର ନିଦର୍ଶନ । ମଣିପାଲ୍ ର ସୁପ୍ରସିଦ୍ଧ ସେବା ଉତ୍କର୍ଷତାକୁ ଅଗ୍ରଭାଗରେ ରଖ୍ ଆମେ ରୋଗୀ ସେବା ଏବଂ ସନ୍ତୁଷ୍ଟି କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥିର କରିବାକୁ ପ୍ରସ୍ତୁତ, ଯାହା କି ଲୋକ ମାନଙ୍କୁ ସହାନୁଭୂତିପୂର୍ଣ୍ଣ ଏବଂ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସମାଧାନ ପ୍ରଦାନ କରିବା ନିମନ୍ତେ ଆମର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବ ।ଏହି ଏକକୀକରଣ ଦ୍ବାରା ଏହି ଅଞ୍ଚଳରେ ପୂର୍ବରୁ ସୀମିତ ଉପଲବ୍ଧ ଉନ୍ନ‌ତ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଏବଂ ବି ବିକଳ୍ପଗୁଡ଼ିକ ସହଜରେ ଉପଲବ୍ଧ ହୋଇପାରିବ । ଏକକୀକରଣ ପରେ ନିମ୍ନଲିଖୂତ ପରିବର୍ତ୍ତନ କରାଯିବ: ବିଶେଷ ଚିକିତ୍ସା ଉନ୍ନ‌ତମାନର ସେବା ଯୋଗାଇବାରେ ହସ୍ପିଟାଲର ରହିବ ଗୁରୁତ୍ବପୂର୍ଣ୍ଣ ଅବଦାନ ଉନ୍ନ‌ତ ବ୍ୟାପକ କର୍କଟ ଚିକିତ୍ସା ସେବା ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଯକୃତ ପ୍ରତିରୋପଣ କ୍ଲିନିକଏକ ଅତ୍ୟାଧୁନିକ ଦ୍ବିତୀୟ କ୍ୟାଥୋଲାବ୍ ପ୍ରତିଷ୍ଠା । ସିଟି ସ୍କାନ୍ ଏବଂ ଏମଆରଆଇ ସୁବିଧା ସହିତ ସାମ୍ପ୍ରତିକ ଯନ୍ତ୍ରପାତି ଗୁଡିକର ବୃଦ୍ଧି ଗତ ସପ୍ତାହରେ କୋଲକାତାରେ ସଫଳ ମେଗା ବ୍ରାଣ୍ଡ ଏକକୀକରଣ କାରୟ୍ଯକ୍ରମ ପରେ ଭୁବନେଶ୍ୱରରେ ଏହି ପରିବର୍ତ୍ତନ ସହିତ ସମସ୍ତ ତିନୋଟି ଆମ୍ରୀ ୟୁନିଟ୍ (ଧାକୁରିଆ, ସଲ୍ଟ ଲେକ୍, ଏବଂ ମୁକୁନ୍ଦପୁର)ର ମଣିପାଲ ହସ୍ପିଟାଲ୍ସ କୁ ସ୍ଥାନାନ୍ତରଣକୁ ପ୍ରତିଫଳିତ କରୁଛି । ଏହି ପରିବର୍ତ୍ତନ, ପୂର୍ବ ଭାରତରେ ଉତ୍କର୍ଷତା ପାଇଁ ମଣିପାଲ୍ ର ନିରନ୍ତର ନିଷ୍ଠା କୁ ସୁଦୃଢ କରିଛି ।

ମଣିପାଲ ହସ୍ପିଟାଲ୍ସ ବିଷୟରେ:

ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥୁବା ମଣିପାଲ ହସ୍ପିଟାଲ ଶୃଙ୍ଖଳା ଭାରତର ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ଯରୁ ଅନ୍ୟତମ ପ୍ରତିବର୍ଷ ໑ ନିୟୁତ ରୋଗୀଙ୍କର ଚିକିତ୍ସା କରିଆସୁଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!