BJD ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଲେ ପୁଣି ଜଣେ ହେଭିୱେଟ ନେତା । ୫ ଦିନ ପୂର୍ବେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ଛାଡ଼ିଥିଲେ। ଏଥର ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିକୁ ବାଏ ବାଏ କହିଛନ୍ତି। ନିଜ ଭିଡିଓ ବାର୍ତ୍ତାରେ ଏନେଇ ସୂଚନା ଦେଇଛନ୍ତି ଖୋଦ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ନିଜ ଇସ୍ତଫାପତ୍ର ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଚଳିତ ନିର୍ବାଚନରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବର୍ତ୍ତେ ବିଜେଡି ସୁବାସିନୀ ସାହୁଙ୍କୁ ସିମୁଳିଆ ଆସନ ପାଇଁ ଟିକେଟ ଦେଇଛି। ଏହାକୁ ଖୋଦ ଜ୍ୟୋତିପ୍ରକାଶଙ୍କ ସମେତ ତାଙ୍କ ସମର୍ଥକମାନେ ସହଜେ ଗ୍ରହଣ କରି ପାରୁ ନ ଥିଲେ। ଫଳରେ ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଜ୍ୟୋତିପ୍ରକାଶ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!