ପୁଣି ଖୋଲିବ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଡାଏରୀ !

ପୁଣି ଖୋଲିବ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଡାଏରୀ । ଏହି ମାମଲାରେ ଆଜି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇପାରନ୍ତି ନବ ଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଳ ଦାସ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କିଛି ଆପତ୍ତି ଥିଲେ ଜଣାଇପାରିବେ। ଉଭୟଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲା କ୍ରାଇମବ୍ରାଞ୍ଚ ।

ଆଶା କରାଯାଉଛି ଉଭୟଙ୍କ ବୟାନ ମାମଲାକୁ ନୂଆ ମୋଡ଼ ଦେଇପାରେ। ଏବେ ବି ନବ ଦାସ ହତ୍ୟା ମାମଲାର ତଦନ୍ତ ଖୋଲା ରହିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର । ପୂର୍ବରୁ ସିବିଆଇ ତଦନ୍ତ ପ୍ରସଙ୍ଗ ଉଠାଇଥିଲେ ଦୀପାଳି । ଏଥିପାଇଁ ଲିଖିତ ଭାବେ ଜଣାଇବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯିବା ପରେ ପରିବାର ସହ ଆଲୋଚନା କରି ଲିଖିତ ଭାବେ ଦେବାକୁ ନିଷ୍ପତ୍ତି ନେବୁ ବୋଲି ଦୀପାଳି କହିଥିଲେ ।

Post Views4 Total Count

Apply Now


This will close in 0 seconds

error: Content is protected !!