ବିଜେବି ନଗରରେ ଖୋଲିଲା ମେରୀ ସହେଲି ଆଉଟଲେଟ୍

ଭୁବନେଶ୍ବର : ଓଡିଶାର ସର୍ବ ପୁରାତନ କସମେଟିକ୍ସ ରିଟେଲ ଏବଂ ସେଲୁନ ଯୋଗାଣ ମେରୀ ସହେଲି ଆଉଟଲେଟ୍‌ ଭୁବନେଶ୍ବର ସ୍ଥିତ ବିଜେବି ନଗର ବିଜେଇମ୍ ସ୍କୁଲ ସମ୍ମୁଖରେ ଆରମ୍ଭ ହୋଇଛି ।

ବନ୍ଧୁ ଏବଂ ପରିବାରଙ୍କ ଉପସ୍ଥିତିରେ ଏହି ଆଉଟଲେଟ୍ ଖୋଲା ଯାଇଛି । ଗ୍ରାହକଙ୍କ ନିକଟତର ହେବା ସହ ସୁଲଭ ଦରରେ ସେବା ଯୋଗାଇବା ନିମନ୍ତେ ଏହି ଶାଖା ଖୋଲା ଯାଇଛି ।

ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ଆହୁରି ସୁବିଧା କରାଇବା ସହ ହୋଲସେଲିଂ ମୂଲ୍ୟରେ ମେରୀ ସହେଲି ଗ୍ରାହକଙ୍କ ପାଖରେ ପହଞ୍ଚିବା ଉଦ୍ୟମ କରିବ । ମେରୀ ସହେଲି ଉପଲବ୍ଧ ସମସ୍ତ ବ୍ରାଣ୍ଡ୍ ଉପରେ ବିଶେଷ ରିହାତି ପ୍ରଦାନ କରିବ ।

ସମସ୍ତ ବ୍ରାଣ୍ଡ୍‌ରେ ଗ୍ରାହକଙ୍କୁ ୨୦% ପର୍ଯ୍ୟନ୍ତ ରିହାତି ମିଳିବ ବୋଲି ଆଉଟଲେଟ୍ ର ମୁଖ୍ୟ କମଳ ସେଠିଆ ସୂଚନା ଦେଇଛନ୍ତି।ଏହି ଅବସରରେ ଆଉଟଲେଟ ର ସନ୍ତୋଷ ସେଠିଆ ,ଜୁଗଲ ସେଠିଆ,ପ୍ରତିକ୍ ଜେନ୍,ବିକାଶ ସେଠିଆ,ରେଣୁକା ଜେନ୍,ଜିତେନ୍ଦ୍ର ବୈଦ,ଦିଲ୍ଲୀପ ମନୋଥ୍ ପ୍ରମୁଖ ଉପସ୍ଥିତ ଥିଲେ।

Post Views28 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!