ଭାରତର ‘ଅପରେସନ୍ ଅଜୟ’ରେ ଫେରିଲେ ୧୯୭ ଭାରତୀୟ;

‘ଅପରେସନ ଅଜୟ’ରେ ଦେଶକୁ ଫେରିଛନ୍ତି ୧୯୭ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ଏପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ୬୪୪ଜଣ ନାଗରିକ ଭାରତ ଫେରି ସାରିଲେଣି ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୪୭ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଆଜି ପୁଣି ୧୯୭ ଜଣ ଫେରିଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ୨୭୪ଜଣ ଭାରତୀୟଙ୍କୁ ନେଇ ପୁଣି ଏକ ସ୍ୱତନ୍ତ୍ର ବିମାନ ତେଲ ଅବିବରୁ ବାହାରିଛି ।

ତୃତୀୟ ପର୍ଯ୍ୟାୟରେ ୧୯୭ଜଣ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଯୁଦ୍ଧଭୂମିରେ ତାଙ୍କର ଅନୁଭୂତି ବଖାଣିଛନ୍ତି ସ୍ୱଦେଶ ଫେରିଥିବା ଭାରତୀୟ ।ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ନବମ ଦିନରେ ପହଞ୍ଚି ଥିବା ବେଳେ ସ୍ଥିତି ବିଗିଡିବାରେ ଲାଗିଛି ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!