ନବରାତ୍ର ଆରମ୍ଭ ପୂର୍ବରୁ ରିଲିଜ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୀତ

ସୋସିଆଲ ମିଡିଆ ସ୍ପେଶ-ଏକ୍ସରେ ନବରାତ୍ର ମୌକାରେ ରିଲିଜ ହେଲା ନୂଆ ଗରବା ଗୀତ ଗାୟିକା ଧ୍ୱନୀ ଭାନୁଶାଳୀ ଏକ ପୋଷ୍ଟ କରି ଗୀତ ବାବଦରେ ସୂଚନା ଦେଇଛନ୍ତି । ଜ୍ୟାକି ଭଗନାନୀ ପ୍ରଯୋଜିତ ଓ ନଦିମ ଶାହାଙ୍କ ନିର୍ଦ୍ଦେଶିତ ଗରଭା ଗୀତ ଭିଡିଓକୁ ୟୁଟ୍ୟୁବରେ ରିଲିଜ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ତନିସ୍କ ବାଗଚୀ । ଜଣାଶୁଣା ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ଧ୍ୱନୀ ଭାନୁଶାଳୀ ଗୀତରେ କଣ୍ଠଦାନ କରିଛନ୍ତି ।

ତେବେ ଧ୍ୱନୀଙ୍କ ଏକ୍ସ ପୋଷ୍ଟକୁ ରିପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପୋଷ୍ଟରେ ମୋଦୀ ଲେଖିଛନ୍ତି ଦୀର୍ଘ ବର୍ଷର ମୋର ଗୀତକୁ ଅଧିତ ସୁନ୍ଦର ସଂଗୀତରେ ସଜାଯାଇ ଉପସ୍ଥାପନା କରାଯାଇଛି । ଏହା ମୋତେ ପୁରୁଣା ଦିନର ସମୟକୁ ମନେ ପକାଇଦେଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!