ଠିପି ଖୋଲିଲେ ବସିବ ପାହାର

ମଦ, ଗଞ୍ଜେଇ, ଜୁଆ ସବୁ ବ୍ୟାନ୍। ଦୋକାନ ବଜାର କାନ୍ଥ ସବୁଠି ଲାଗିଛି ପୋଷ୍ଟର । ଗାଁ ପରିସର କିମ୍ବା ସର୍ବ ସାଧାରଣ ସ୍ଥାନରେ ଆଉ ଚଳିବନି ଜୁଆର ଆସର, ମଦ ବ୍ୟବସାୟ ଏବଂ ନିଶା ଖୋରଙ୍କ ଉପଦ୍ରଵ । ଗାଁ ରେ ଶାନ୍ତି,ମହିଳାଙ୍କୁ ସମ୍ମାନ, ଯୁବ ପିଢ଼ ଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ଲାଗି ପଦକ୍ଷେପ ନେଲା ଯୁବ ସଂସଦ ।

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳା ସସ୍କୃତି,ଭାଇଚାରାର ଗ୍ରାମ ହେଉଛି କଳମ୍ବା ଗୋଟିଏ ଗ୍ରାମ ଗୋଟିଏ ପଞ୍ଚାୟତ ହୋଇଥିବା ବେଳେ କିଛି ବର୍ଷ ହେବ ଗ୍ରାମରେ ଜୁଆ ଖେଳ, ମଦ,ଗଞ୍ଜେଇ ବ୍ୟବସାୟ ବୃଦ୍ଧି ପାଇଥିଲି । ଫଳରେ ଗ୍ରାମ ଆସାନ୍ତ ହେବା ସହ ଯୁବ ପିଢ଼ି ପଥ ଭ୍ରଷ୍ଟ ହେଉଥିଲେ ।ଗ୍ରାମରେ ଶାନ୍ତି, ଯୁବ ପିଢ଼ି ଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ସହ ଗ୍ରାମରେ ଜୁଆ, ମଦ,ଗଞ୍ଜେଇ ବିକ୍ରୟ ଓ ସେବନ ବନ୍ଦ ଲାଗି ଆଗକୁ ଆସିଛି ନେହେରୁ ଯୁବ ସଂସଦ ଓ ଗ୍ରାମ୍ୟ ଉନ୍ନୟନ କମିଟି ।

ଡାକବାଜି ଯନ୍ତ୍ର ଦ୍ୱାରା ଗ୍ରାମର ସାହି ଗଳିରେ ପ୍ରଚାର କରି କାନ୍ଥରେ ଲଗାଇଛି ପୋଷ୍ଟରl ଜୁଆ ଖେଳ ବନ୍ଦ ସହ ନିଶା ଦ୍ରବ୍ୟ ବିକ୍ରୟ କିମ୍ବା ସେବନ ନକରିବାକୁ କମିଟି ତରଫରୁ କରାଯାଉଛି ଅନୁରୋଧl ଯଦି ନିଷ୍ପତିକୁ କେହି ଅବମାନନା କରେ ତେବେ ସୂଚନା ଦେଲେ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି l

Post Views55 Total Count

Apply Now


This will close in 0 seconds

error: Content is protected !!