ବିଦେଶ ଯିବାକୁ ହେଲେ ପାସପୋର୍ଟ ନିହାତି ଜରୁରୀ । ତେବେ ଅନଲାଇନ୍ରେ ପାସପୋର୍ଟ କେମିତି ଆବେଦନ କରିବେ ଆସନ୍ତୁ ଜାଣିବା। ପ୍ରଥମେ ପାସ୍ପୋର୍ଟ ସେବା ଅନ୍ଲାଇନ୍ ପୋର୍ଟାଲ portalindia.gov.in କୁ ଯାଆନ୍ତୁ ।
୨. ହୋମ୍ ସ୍କ୍ରିନ୍ରେ ଥିବା ରେଜିଷ୍ଟର ନାଓ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଆଉ ନିଜର ପଞ୍ଜିକରଣ କରନ୍ତୁ ।
୩.ରେଜିଷ୍ଟ୍ରେସନ୍ ପରେ ପାସ୍ପୋର୍ଟ ସେବା ଅନ୍ଲାଇନ୍ ପୋର୍ଟାଲକୁ ଯାଆନ୍ତୁ । ଆଊ ସେଠାରେ ରେଜିଷ୍ଟର କରିଥିବା ଆଇଡି ସହ ଲଗ୍ ଇନ୍ କରନ୍ତୁ ।
୪. ଏବେ ନିଉ ପାସ୍ପୋର୍ଟ/ ପାସ୍ପୋର୍ଟ ରି-ଇସ୍ୟୁ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
୫. ଏହାପରେ ସାମ୍ନାକୁ ଆସିଥିବା ଫର୍ମରେ ଆବଶ୍ୟକ ଥିବା ସମସ୍ତ ବିବରଣୀ ଫିଲ୍ଅପ୍ କରନ୍ତୁ ।
୬. ଆପଣଙ୍କୁ ଭିଉ ସେଭ୍ଡ୍/ ସମ୍ମିଟେଡ୍ ଆପ୍ଲିକେସନ୍ସ୍ର ଏକ ଅପସନ୍ ଦେଖାଦେବ । ସେଠାରେ କ୍ଲିକ୍ କରି ଦେଖନ୍ତୁ ।
୭. ଏହାପରେ ଏହି ସେବା ପାଇଁ ଥିବା ନ୍ୟୁନତମ ଶୁଳ୍କ ବା ଦେୟ ଦେବାକୁ ପେ ଆଣ୍ଡ ସିଡ୍ୟୁଲ ଆପଏଣ୍ଟମେଣ୍ଟ ଅପସନ୍ରେ କ୍ଲିକ୍ କରନ୍ତୁ ।
୮.ନେଟ୍ ବ୍ୟାଙ୍କିଂ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପେମେଣ୍ଟ କରିବା ପରେ ଏହାର ରସିଦ୍ ପ୍ରିଣ୍ଟ କରିବାକୁ ହେବ ।
ତେଣୁ ତଳେ ଦିଆଯାଇଥିବା ପ୍ରିଣ୍ଟ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
୯.ଆବେଦନ ପ୍ରକ୍ରିୟା ସରିବା ପରେ ଆପଣଙ୍କୁ ନିଯୁକ୍ତିର ଏକ ବିବରଣୀ ମେସେଜ୍ ଆସିବ । ପାସ୍ପୋର୍ଟ ଅଫିସ୍ରେ ପ୍ରମାଣ ସ୍ୱରୂପ ଦେଖାଇବା ପାଇଁ ଏହା ଆବଶ୍ୟକ ହୋଇଥାଏ ।
୧୦.ଆବେଦନ କରିବା ବେଳେ ଆପଣ ଅନ୍ଲାଇନ୍ରେ ଦେଇଥିବା ସମସ୍ତ କାଗଜପତ୍ର ବା ଡକ୍ୟୁମେଣ୍ଟ ଧରି ନିକଟସ୍ଥ ପାସ୍ପୋର୍ଟ କାର୍ଯ୍ୟାଳୟରେ ନିଯୁକ୍ତି ତାରିଖ ଦିନ ଆପଣଙ୍କୁ ପହଞ୍ଚିବାକୁ ହେବ ।

