କେଉଁ ଦେଶରେ ଦିଆଯାଉଛି ସର୍ବାଧିକ ଦରମା ? ହାରାହାରି ଲୋକ ପାଆନ୍ତି ୫ଲକ୍ଷରୁ ଅଧିକ ଦରମା

ସମସ୍ତେ ଚାକିରି କରିଥାନ୍ତି, ତା ସହ ଭଲ ଦରମା ପାଇବାକୁ ବି ରଖିଥାନ୍ତି ଇଚ୍ଛା । ଏମିତିକି ଅନେକ ଲୋକ ଭଲ ଦରମା ପାଇଁ ବିଦେଶ ଚାଲିଯାନ୍ତି । ଆଉ ସେଠାରେ ସେହି ଦେଶର ନାଗରିକ ହୋଇ ରହିଯାନ୍ତି । ତେବେ ଅନେକଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କେଉଁ ଦେଶରେ ଦିଆଯାଉଛି ସର୍ବାଧିକ ଦରମା ? ଆସନ୍ତୁ ଜାଣିବା ୧୦ଟି ଦେଶ ବିଷୟରେ ଯିଏକି କର୍ମଚାରୀଙ୍କୁ ଦେଇଥାଏ ସର୍ବାଧିକ ମାସିକ ଦରମା ।

ନିକଟ ଅତୀତରେ ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟ୍ରରେ ସର୍ବାଧିକ ଦରମା ଦେଉଥିବା ଦେଶଗୁଡିକର ତାଲିକା ପ୍ରକାଶ କରିଛି । ଏହି ରିର୍ପୋଟ୍ ଅନୁସାରେ ସ୍ୱିଜରଲ୍ୟାଣ୍ଡ, ଲକ୍ସେମବର୍ଗ, ସିଙ୍ଗାପୁର, ଆମେରିକା, ଆଇସଲ୍ୟାଣ୍ଡ, କାତାର, ଡେନମାର୍କ, ୟୁଏଇ, ନେଦରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦେଶରେ ସର୍ବାଧିକ ହାରାହାରି ମାସିକ ଦରମା ଦିଆଯାଇଥାଏ ।
ତେବେ ଏହି ଲିଷ୍ଟର ପ୍ରଥମରେ ରହିଛି ସ୍ୱିଜରଲ୍ୟାଣ୍ଡ । ଯେଉଁଠାରେ ହାରାହାରି ଲୋକମାନଙ୍କର ଦରମା ହେଉଛି ପ୍ରାୟ ୫ ଲକ୍ଷ ୨ ହଜାର ଟଙ୍କା । ଏହି ତାଲିକାର ଦ୍ବିତୀୟରେ ରହିଛି ୟୁରୋପୀୟ ଦେଶ ଲକ୍ସେମବର୍ଗ । ଏହି ଦେଶରେ କର୍ମଚାରୀଙ୍କ ହାରାହାରି ଆୟ ହେଉଛି ପ୍ରାୟ ୪ଲକ୍ଷ ୧୩ ହଜାର ଟଙ୍କା । ଏହା ପରେ ପରେ ତୃତୀୟ ସ୍ଥାନରେ ରହିଛି ସିଙ୍ଗାପୁର । ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସର ରିପୋର୍ଟ ଅନୁଯାୟୀ, ଏହି ଦେଶରେ ହାରାହାରି ଲୋକଙ୍କ ଦରମା ପ୍ରାୟ ୪ଲକ୍ଷ ୧୦ ହଜାର ଟଙ୍କା । ତେବେ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଆମେରିକା । ଆମେରିକାର ନାଗରିକମାନଙ୍କର ହାରାହାରି ଦରମା ୩ଲକ୍ଷ ୫୦ ହଜାର ଟଙ୍କା । ଏହି ତାଲିକାରେ ଆଇସ୍ଲ୍ୟାଣ୍ଡର ନାମ ପଞ୍ଚମ ସ୍ଥାନରେ ରହିଛି, ଯେଉଁଠାରେ ହାରାହାରି ଲୋକଙ୍କ ଆୟ ହେଉଛି ୩ ଲକ୍ଷ ୩୦ ହଜାର ଟଙ୍କା ।
ସେହିପରି ଷଷ୍ଠରେ ରହିଛି କାତାର । ଏଠାକାର ହାରାହାରି ଲୋକଙ୍କ ଦରମା ୩ ଲକ୍ଷ ୨୮ ହଜାର ଟଙ୍କା । ସପ୍ତମ ସ୍ଥାନରେ ରହିଛି ଡେନମାର୍କ । ଏଠାକାର ଲୋକମାନେ ୨ ଲକ୍ଷ ୯୧ ହଜାର ଟଙ୍କା ଦରମା ପାଇଥାନ୍ତି । ଏହାପଛକୁ ଅଛନ୍ତି ୟୁଏଇ । ଏଠାକାର ହାରାହାରି ଲୋକ ୨ ଲକ୍ଷ ୮୮ ହଜାର ଟଙ୍କା ଟଙ୍କା ଦରମା ପାଉଥିବା ବେଳେ ନବମ ସ୍ଥାନରେ ରହିଥିବା ନେଦରଲ୍ୟାଣ୍ଡର ଲୋକମାନେ ୨ ଲକ୍ଷ ୮୭ ହଜାର ଟଙ୍କା ଏବଂ ଅଷ୍ଟ୍ରେଲିଆର ହାରାହାରି ଲୋକମାନେ ପାଇଥାନ୍ତି ୨ ଲକ୍ଷ ୭୯ ହଜାର ଟଙ୍କାର ଦରମା ।

Post Views103 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!