ଝାଡ଼ଖଣ୍ଡ ନିର୍ବାଚନରେ କାମ ଦେଲାନି ଚମ୍ପାଇ ସୋରେନଙ୍କ ରଣନୀତି

ଅନୁପ୍ରବେଶ ଭଳି ପ୍ରସଙ୍ଗ ଜୋରଦାର ଢଙ୍ଗରେ ଉଠାଇଥିବା ବିଜେପି ଚଳିତ ନିର୍ବାଚନରେ ନିରାଶ ହୋଇଛି । କିଛି ବିଜେପି ନେତାଙ୍କ କହିବାନୁସାରେ ହେମନ୍ତ ସୋରେନ ସରକାର ନୂତନ ଆର୍ଥିକ ସହାୟତା ଯୋଜନାଗୁଡ଼ିକ ‘ଗେମ୍‌ ଚେଂଜର୍‌’ ସାବ୍ୟସ୍ତ ହୋଇଛି। ଏହି ଯୋଜନା ଶାସକ ମେଣ୍ଟ ସପକ୍ଷରେ ଯାଇଛି ଏବଂ ମହିଳା ଭୋଟର୍‌ମାନେ ବହୁ ସଂଖ୍ୟାରେ ସରକାରକୁ ସମର୍ଥନ କରିଛନ୍ତି।

ଝାଡ଼ଖଣ୍ଡ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଦଳର ପରାଜୟର ବିସ୍ତୃତ ସମୀକ୍ଷା କରାଯିବ । ପ୍ରାଥମିକ ଦୃଷ୍ଟିରୁ ଏହା ଜଣାପଡୁଛି ଯେ ଏହାର ଆଦିବାସୀ ଚେହେରା ସମ୍ପ୍ରଦାୟର ଭୋଟ୍ ନେବାରେ ବିଫଳ ହୋଇଛନ୍ତି। ବାବୁଲାଲ ମାରାଣ୍ଡି ଓ ଅର୍ଜୁନ ମୁଣ୍ଡାଙ୍କ ଭଳି ପୁରୁଣା ଚେହେରାଙ୍କୁ ଦଳ ଏବେ ବି ଉପସ୍ଥାପିତ କରୁଛି, ଯେଉଁମାନେ ଜନସାଧାରଣଙ୍କ ମଧ୍ୟରେ ଗ୍ରହଣୀୟତା ହରାଇଛନ୍ତି। ସାଧାରଣ ଜନତା ନେତୃତ୍ୱ ପରିବର୍ତ୍ତନ ଚାହୁଥିବା ବେଳେ ଦଳ କିନ୍ତୁ ପୁରୁଣା ନୀତିରେ କାଏମ ରହିବା ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି। ନିଜର ଆଦିବାସୀ ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ବିଜେପି ଜେଏମଏମର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏବଂ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କୁ ମଧ୍ୟ ଦଳରେ ସାମିଲ କରିଥିଲା।
ତେବେ ସେମାନେ ଆଦିବାସୀ ଭୋଟର୍‌ଙ୍କୁ ବିଶେଷ ପ୍ରଭାବିତ କରିପାରି ନାହାନ୍ତି ବୋଲି ଅନ୍ୟ ଜଣେ ବିଜେପି ନେତା କହିଛନ୍ତି। ଆଦିବାସୀ ଅଂଚଳରେ ଅନୁପ୍ରବେଶ ଏବଂ ଆଦିବାସୀ ଜନସଂଖ୍ୟା ହ୍ରାସ ପାଉଥିବା ନେଇ ବିଜେପିର ବୟାନକୁ ମଧ୍ୟ ଅନେକ ଭୋଟର୍‌ ଗ୍ରହଣ କରିନାହାନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା (ଝାଡ଼ଖଣ୍ଡ ନିର୍ବାଚନ ସହ-ପ୍ରଭାରୀ) ବିଭିନ୍ନ ସମୟରେ ଉତ୍ତେଜନକ ବୟାନ ଦେଇଥିଲେ ଏବଂ ଏହା ଦ୍ବାରା ବିଜେପି ବିରୋଧରେ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା ବୋଲି କେତେକ ସ୍ଥାନୀୟ ନେତା କହିଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!