ମହାମହିମଙ୍କୁ ଜନ୍ମଦିନର ଶୁଭେଚ୍ଛା

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିନ। ୧୯୫୮ ମସିହା ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗାଁରେ ତାଙ୍କର ଜନ୍ମ ହୋଇଥିଲା  । ୧୯୯୭ ମସିହାରେ ସେ ରାଜନୀତିକୁ ପ୍ରବେଶ କରିଥିଲେ । ପ୍ରଥମେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ । ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷା ହୋଇଥିଲେ । ୨୦୦୦ ଓ ୨୦୦୪ରେ ରାଇରଙ୍ଗପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୬ ମାର୍ଚ୍ଚ ୨୦୦୦ରୁ ୬ ଅଗଷ୍ଟ ୨୦୦୨ ମସିହା ଯାଏଁ ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୭ରେ ସେ ଲାଭ କରିଥିଲେ ଶ୍ରେଷ୍ଠ ବିଧାୟିକା ପୁରସ୍କାର ।

 

ଏହାପରେ ୨୦୧୫ରୁ ୨୦୨୧ ଝାଡ଼ଖଣ୍ଡ ରାଜ୍ୟପାଳ ରହିଥିଲେ। ଦ୍ରୌପଦୀ ପ୍ରଥମ ଓଡ଼ିଆ ମହିଳା ଯେ କି ଅନ୍ୟ ରାଜ୍ୟରେ ରାଜ୍ୟପାଳ ହୋଇଥିଲେ । ପରେ ରାଇରଙ୍ଗପୁରରୁ ରାଇସିଲା ହିଲକୁ ଯାଇ ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ ।  ୨୦୨୨ ମସିହାରୁ ସେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଉଛନ୍ତି । ରାଷ୍ଟ୍ରପତିଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି ।

 

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!