ନମୋ ଭାରତ କରିଡରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କମ ସମୟ ମଧ୍ୟରେ ଯାତ୍ରା କରିବାକୁ ଦିଲ୍ଲୀରୁ ମେରୁଟ ଯାଉଥିବା ଯାତ୍ରୀଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହାକୁ ଆରମ୍ଭ କରିଛନ୍ତି। ମୋଦି ସାଧାରଣ ଯାତ୍ରୀଙ୍କ ପରି ସାହିବାବାଦ ଆରଆରଟିଏସ ଷ୍ଟେଶନରେ ପହଞ୍ଚି ଟିକେଟ ୱିଣ୍ଡୋକୁ ଯାଇ QR କୋଡ ସ୍କାନ କରି ପେମେଣ୍ଟ କରିଥିଲେ। ଏହା ପରେ ଟିକେଟ ନେବା ପରେ ନମୋ ଭାରତ ଟ୍ରେନରେ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେଶନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ରବିବାରଠାରୁ ନାମୋ ଭରତ ଟ୍ରେନ ଦିଲ୍ଲୀରୁ ମେରୁଟରେ ପହଞ୍ଚିବା ପାଇଁ ସ୍ବଳ୍ପ ଟଙ୍କା ଏବଂ କମ ସମୟ ମଧ୍ୟରେ ଥିବା ସ୍ବପ୍ନକୁ ପୂରଣ କରିଛି। ସାହିବାବାଦ ଆରଆରଟିଏସ ଷ୍ଟେଶନରୁ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେଶନ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କୁଲ ପିଲାମାନଙ୍କୁ ଭେଟିଥିଲେ। ଏହା ପରେ ସାହିବାବାଦ ଆରଆରଟିଏସ୍‌ ଷ୍ଟେଶନରୁ ନ୍ୟୁ ଅଶୋକ ନଗର ଆରଆରଟିସ୍‌ ଷ୍ଟେଶନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ।

Post Views41 Total Count

Apply Now


This will close in 0 seconds

error: Content is protected !!