ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଦିବାସୀ ମେଳା – ୨୦୨୫ ଉଦଘାଟନ କାର୍ଯ୍ୟକ୍ରମରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ ।

ଅଷ୍ଟମ ଓ ଦଶମ ପାସ କରିବା ପରେ ନବମ ଓ ଏକାଦଶ ଶ୍ରେଣୀରେ ଭର୍ତ୍ତି ହେବା ପିଲାଙ୍କୁ ମିଳିବ ଏହି ସହାୟତା ।ଏହି ଯୋଜନା ପାଇଁ  156 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଡ୍ରପ ଆଉଟ ରୋକିବା ଦିଗରେ ଲକ୍ଷ୍ୟ ରଖି ଏହାର ଶୁଭାରମ୍ଭ ହୋଇଛି ।

ଉପଯୁକ୍ତ ହେବେ ୨ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ । ପ୍ରତି ଶିକ୍ଷା ବର୍ଷରେ ଏକକାଳୀନ ଏହି ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଭାବେ ଦିଆଯିବ ।

Post Views30 Total Count

Apply Now


This will close in 0 seconds

error: Content is protected !!