ନନ୍ଦନକାନନ ୬୪ତମ ପ୍ରତିଷ୍ଠା ଦିବସ ପାଳୁଛି । ଏହି କର୍ଯ୍ୟକ୍ରମରେ ପାର୍ମା ୱାଲବୀ ଖୁଆଡ ଲୋକାର୍ପିତ କରିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ। ଏହାସହ କାସୁଆରୀ ପକ୍ଷୀ ପାଇଁ ସ୍ୱତନ୍ତ୍ର ଏକକ୍ଲୋଜର ଏବଂ ଅଷ୍ଟ୍ରିଜ ଖୁଆଡ ବି ଲୋକର୍ପିତ ହୋଇଛି । ଉତ୍ସବରେ ବିଧାୟକ ସୁର ରାଉତରାୟ, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବନ୍ୟପ୍ରାଣୀ ପିସିସିଏଫ୍ ଉପସ୍ଥିତ ଥିଲେ । ଆଗାମୀ ବର୍ଷକ ମଧ୍ୟରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ୮ରୁ ୧୦ ମାସ ଭିତରେ ନନ୍ଦନକାନନର ରୂପରେଖ ବଦଳିଯିବ ବୋଲି ଏ ଅବସରରେ କହିଛନ୍ତି ଜଙ୍ଗଲ-ପରିବେଶ ମନ୍ତ୍ରୀ । ରୋପ୍ ୱେ, ବୋଟିଂ ବ୍ୟବସ୍ଥା ହୋଇଛି । ଦୁବାଇରୁ ଚିତା ବାଘ ଓ ଧଳା ସିଂହ ସାବକ ବି ଆସିବେ । କାଂଜିଆ ହ୍ରଦ ବିକାଶ ଲାଗି ଏସ୍ଆରସି ପାଣ୍ଠିରୁ ୧୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ନନ୍ଦନକାନନ ଚିଡିଆଖାନା ଚୁଡଙ୍ଗ ଯାଏଁ ବଢିବା ସହ ଖୁବଶୀଘ୍ର ନାଇଟ୍ ସଫାରି ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

