ବର୍ଷକୁ ୧୦ ଦିନ ପିଲାମାନେ ସମ୍ପୂର୍ଣ୍ଣ ବିନା ବ୍ୟାଗ୍‌ରେ ସ୍କୁଲ୍ ଆସିବେ

ଜାତୀୟ ଶିକ୍ଷା ନୀତି (NEP-2020)କୁ ବିଦ୍ୟାଳୟ ସ୍ତରରେ ବାସ୍ତବ ରୂପ ଦେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସମ୍ପୂର୍ଣ୍ଣ ନୂଆ ଶିକ୍ଷାବର୍ଷର ନୀତି ଏବଂ ଟାଇମ୍ ଟେବୁଲ ଜାରି କରାଯାଇଛି। ଏହି ନୂଆ ବ୍ୟବସ୍ଥାର ସବୁଠାରୁ ବଡ଼ ଦିଗ ହେଉଛି ବର୍ଷକୁ ୧୦ ଦିନ ପିଲାମାନେ ସମ୍ପୂର୍ଣ୍ଣ ବିନା ବ୍ୟାଗ୍‌ରେ ସ୍କୁଲ୍ ଆସିବେ।

କମିବ ବୋଝ, ବଦଳିବ ପାଠ୍ୟକ୍ରମର ରୂପରେଖନୂଆ ଶିକ୍ଷା ନୀତି ଆଧାରରେ ପ୍ରସ୍ତୁତ ଏହି ଗାଇଡ୍‌ଲାଇନ୍ ଅନୁଯାୟୀ, ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବିଷୟବସ୍ତୁ ଉପରୁ ପାରମ୍ପରିକ ଭାର ହ୍ରାସ କରାଯିବ।ପାଠପଢ଼ାକୁ କେବଳ ବହି ଭିତରେ ସୀମିତ ନରଖି ଏହାକୁ କାର୍ଯ୍ୟଭିତ୍ତିକ ଓ ଗଠନମୂଳକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।ଏହି ନୂଆ କ୍ୟାଲେଣ୍ଡର ଅନୁସାରେ ଗୋଟିଏ ଶିକ୍ଷାବର୍ଷକୁ ମୋଟ ୨୩୦ ଦିନ କରାଯାଇଛି | ନୂଆ ନିୟମ ଅନୁଯାୟୀ, ପ୍ରତି ଶନିବାର ଦିନକୁ ବସ୍ତାନି ବିହୀନ ଦିବସ ଭାବେ ପାଳନ କରାଯିବ। ବିଶେଷ କରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବୃଦ୍ଧିଗତ ଶିକ୍ଷା (Vocational Education)ର ୪ଟି ପିରିୟଡ଼ ମଧ୍ୟରୁ ଗୋଟିଏ ପିରିୟଡ଼କୁ ସମ୍ପୂର୍ଣ୍ଣ ରୂପେ ବସ୍ତାନି ବିହୀନ କରାଯିବ।

ଏହି ଦିନ ପିଲାମାନେ ବହି-ଖାତା ଛାଡ଼ି ସୃଜନଶୀଳ କାମ ଏବଂ ବ୍ୟାବହାରିକ ଜ୍ଞାନ ଶିଖିବେ। ଏଥିସହିତ ପ୍ରତି ଶନିବାର ବିଦ୍ୟାଳୟରେ ‘ଶିଶୁ ସଭା’ ଅନୁଷ୍ଠିତ ହେବ।ଶିଶୁ ବାଟିକା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାପ୍ରାଥମିକ ସ୍ତରରୁ ହିଁ ପିଲାଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ଓ ମାନସିକ ବିକାଶ ବଢ଼ାଇବା ପାଇଁ ଶିଶୁ ବାଟିକାର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଦିନ ‘ଗୋଲ ବୈଠକ’ ଆୟୋଜନ କରାଯିବ।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!