ମନ୍ତ୍ରୀ କରିବେ ସ୍ଥିତି ଅନୁଧ୍ୟାନ

ଅଦିନିଆ ଲଗାଣ ବର୍ଷାରେ ଫସଲହାନୀ ହୋଇଥିବା ଜିଲ୍ଲାକୁ ଜିଲ୍ଲା ଯାଇ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ। ଆଜି ଗଞ୍ଜାମ, ଗଜପତି, ନୟାଗଡ଼ ଜିଲ୍ଲାକୁ ଗସ୍ତ କରି ଫସଲହାନୀର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି ନୟାଗଡ଼ର ରଣପୁର, ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକକୁ ଯାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ ଗସ୍ତ କରି ଫସଲହାନୀ ସ୍ଥିତି ଦେଖିବେ ।

ଗତକାଲି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ପରିଦର୍ଶନରେ ଯିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଫସଲହାନୀର ସ୍ଥିତି ପରଖିବେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

Post Views7 Total Count

Apply Now


This will close in 0 seconds

error: Content is protected !!