ଲୋକଙ୍କ ରାଜ୍ଯପାଳ ରଘୁବର ଦାସ୍

ଓଡ଼ିଶାର ଅସ୍ମିତା, ଓଡ଼ିଆଙ୍କର ସ୍ବାଭିମାନ ହିଁ ଓଡ଼ିଶା ବିକାଶର ମାଇଲଷ୍ଟୋନ୍ । ପ୍ରତି ଓଡ଼ିଆଙ୍କର ଉନ୍ନତି, ରାଜ୍ଯ ବିକାଶର ସଶକ୍ତ ପ୍ରତିଛବି ଦେଶରେ ଓଡ଼ିଶାର ଉଜ୍ବଳ ପରିଚୟ ତିଆରି କରିବାରେ ସଫଳତା ଲାଭ କରିଛି । ଓଡ଼ିଶାର ସମୃଦ୍ଧିର ସ୍ରୋତକୁ ନୂଆ ସୋପାନରେ ପହଞ୍ଚାଇବା ଏବଂ ଓଡ଼ିଆଙ୍କର ସ୍ବପ୍ନକୁ ସାକାର କରି ନୂଆ ଓଡ଼ିଶା ଗଠନ କରିବାରେ ଯେଉଁ କେତେଜଣ ଚିନ୍ତାନାୟକ ଅହରହ ଚିନ୍ତା କରୁଛନ୍ତି ସେମାନଙ୍କ ମଧ୍ଯରେ ବିଶିଷ୍ଟ ବ୍ଯକ୍ତିତ୍ବ ହେଲେ ଓଡ଼ିଶାର ରାଜ୍ଯପାଳନ ମାନନୀୟ ରଘୁବର ଦାସ । ଓଡ଼ିଶାର ୨୬ତମ ରାଜ୍ଯପାଳ ଭାବେ ଦାୟିତ୍ବ ତୁଲାଇ ରାଜ୍ଯକୁ ଏକ ନୂଆ ଠିକଣାରେ ପହଞ୍ଚାଇଥିବା ରାଜ୍ଯପାଳ ହେଉଛନ୍ତି ରଘୁବର ।

ଓଡ଼ିଶାବାସୀ ଅନେକ ନେତା ଦେଖିଛନ୍ତି, ଅନେକ ରାଜ୍ଯପାଳ ବି ଦେଖିଛନ୍ତି । ହେଲେ ରଘୁବର ହେଉଛନ୍ତି ପ୍ରଥମ ରାଜ୍ଯପାଳ ଯିଏକି ଲୋକଙ୍କ ରାଜ୍ଯପାଳ ଭାବେ ପରିଗଣିତ ହେଉଛନ୍ତି । କାରଣ ସାଧାରଣତଃ ଭୁବନେଶ୍ବରରେ ରାଜ୍ଯପାଳଙ୍କୁ ଦେଖିବାକୁ ମିଳିଥାଏ । ହେଲେ ଏଥିରେ ବ୍ଯତିକ୍ରମ ହେଉଛନ୍ତି ମାନନୀୟ ରଘୁବର ଦାସ । ଗାଁରେ ପାଦ ପଡ଼ୁଥିଲା, ଲୋକଙ୍କ ସୁଖଦୁଃଖରେ ଠିଆ ହେଉଥିବା ଏବଂ ସମସ୍ଯା ସାଥିରେ ରହି ସମାଧାନର ବାଟ ବାହାର କରୁଥିବା ରାଜ୍ଯପାଳ ହେଉଛନ୍ତି ରଘୁବର । ଯେଉଁଥିପାଇଁ ରାଜ୍ଯବାସୀ ରଘୁବରଙ୍କୁ ପିପୁଲ୍ସ ଗଭର୍ଣ୍ଣର ଭାବେ ଗ୍ରହଣ କରିଛନ୍ତି । ଦାୟିତ୍ବ ନେବାପରଠୁ ହିଁ ଓଡ଼ିଶାର ବିକାଶ ପାଇଁ ଆଗେଇ ଆସିଛନ୍ତି ରଘୁବର । ଶପଥ ଗ୍ରହଣ ପରେ ରାଜଭବନରେ କମ୍ ବରଂ ଗ୍ରାଉଣ୍ଡରେ ତାଙ୍କୁ ଅଧିକ ଦେଖିବାକୁ ମିଳିଛି ।
କେତେବେଳେ କେଉଁ ଜିଲ୍ଲା ତ ଆଉ କେତେବେଳେ କେଉଁ ଗାଁ । ଓଡ଼ିଶାର ହଜାର ହଜାର ଗାଁକୁ ଯାଇଁ ଲୋକଙ୍କ ଭଲମନ୍ଦ ବୁଝିଛନ୍ତି ରଘୁବର । ସମସ୍ଯା ସମ୍ପର୍କରେ ଅବଗତ ହୋଇ ସମାଧାନ ବି କରିଛନ୍ତି । ମୌନବ୍ରତ ପାଳୁଥିବା ରାଜ୍ଯପାଳଙ୍କ ବିଧିବିଧାନକୁ ଭଙ୍ଗ କରି ଲୋକଙ୍କ ସମସ୍ଯା ସମ୍ପର୍କରେ ରାଜ୍ଯ ସରକାରଙ୍କ ଆଖି ଖୋଲିଥିବା ରାଜ୍ଯପାଳ ହେଉଛନ୍ତି ରଘୁବର । ବିକାଶର ଆଭିମୁଖ୍ଯ ଓ ଓଡ଼ିଶାର ଉନ୍ନତିର ଲକ୍ଷ୍ଯ ହିଁ ତାଙ୍କୁ ଲୋକଙ୍କ ପାଖକୁ ଆଣିବା ସହ ଲୋକପ୍ରିୟ କରିପାରିଛି ।

ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଛନ୍ତି ରଘୁବର ଦାସ । ରଘୁବର ଦାସ ଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ପାଞ୍ଚ ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ୧୯୫୫ ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମାଟ୍ରିକ ଓ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ । ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ବିଧାନସଭାକୁ ୧୯୯୫ରେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ । ୨୦୦୫ରେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ । ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା । ମାତ୍ର ରାଜ୍ୟରେ ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ ।

ମୁଖ୍ଯମନ୍ତ୍ରୀ ଥିବାବେଳଏ ରଘୁବର ଝାଡ଼ଖଣ୍ଡର ଯେପରି ସେବା କରିଆସୁଥିଲେ ଆଜି ଓଡ଼ିଶାର ବି ଠିକ୍ ସେହିପରି ସେବା କରୁଛନ୍ତି । ଓଡ଼ିଶାବାସୀଙ୍କୁ ନିଜ ପରିବାରମଣି ପ୍ରତିଟି ସୁଖଦୁଃଖରେ ଠିଆ ହେଉଛନ୍ତି । କହିବାକୁ ଗଲେ ଓଡ଼ିଶାର ବିକାଶ ପାଇଁ ରଘୁବରଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ । ଆଗକୁ ମଧ୍ଯ ରଘୁବର ଓଡ଼ିଶାର ବିକାଶରେ ବ୍ରତୀ ହେବା ସହ ଆମ ଓଡ଼ିଆଙ୍କ ଉନ୍ନତି ପାଇଁ ଚିନ୍ତା ଜାରି ରଖିବେ ବୋଲି ସାଢେ ଚାରିକୋଟି ଓଡ଼ିଶାବାସୀ ଦୃଢ ଆଶାପ୍ରକାଶ କରିଛନ୍ତି ।

Post Views131 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!