ଓଡ଼ିଶାରେ ନିପ୍ପନ ଷ୍ଟିଲ ବଡ଼ ନିବେଶ କରିବା ପାଇଁ ପ୍ରସ୍ତାବ ଦେଇଛି । ନିପ୍ପନର ସହଯୋଗରେ କେନ୍ଦ୍ରାପଡା ଜଗତସିଂହପୁରରେ ହେବାକୁ ଯାଉଥିବା ଷ୍ଟିଲ ପ୍ଲାଣ୍ଟକୁ ନେଇ ବହୁତ ଆଶାବାଦୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏନେଇ 5T ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ବେଳେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିଛନ୍ତି ।
ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପ୍ପନ ଷ୍ଟିଲ କର୍ପୋରେସନ ଯାଇ ବୁଲିଛନ୍ତି । ଟୋକିଓ ସ୍ଥିତ ନିପ୍ପନ ପ୍ଲାଣ୍ଟ ବୁଲି ଦେଖିବା ବେଳେ ସେମାନଙ୍କ ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଜାପାନରୁ ୨୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ନିବେଶକ । ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଗ୍ରୀନ ଏନର୍ଜୀ, ଆଇଟି କ୍ଷେତ୍ରରେ ନିବେଶ ପାଇଁ ଏହି ପ୍ରସ୍ତାବ ଆସିଛି ।

