ରାଜ୍ୟରେ ୩୨୨ଟି ଆଦର୍ଶ ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ

ଦିନରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ରାଜ୍ୟକୁ ସମୃଦ୍ଧି ପଥରେ ଆଗେଇ ନେବ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ପିଲାମାନେ ଭଲ ଶିକ୍ଷା ଗ୍ରହଣ କଲେ, ସେମାନେ ନିଜର ଭବିଷ୍ୟତ ଗଠନ କରିବା ସହ ଦେଶ ଓ ରାଜ୍ୟର ପ୍ରଗତିରେ ଯୋଗଦାନ ଦେବେ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକାଶ ଦିଗରେ ପୂର୍ବରୁ କୌଣସି ସରକାର ଆନ୍ତରିକତାର ସହ କାମ କରୁନଥିଲେ। ଗୋଦାବରୀଶ ମିଶ୍ରଙ୍କ ନାମରେ ଏହି ଯେଉଁ ଅଭିନବ ଯୋଜନା ଆରମ୍ଭ ହୋଇଛି, ଆଗାମୀ ଦିନରେ ଏହା ମାଧ୍ୟମରେ ଓଡିଶାର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ୨ ବର୍ଷ ମଧ୍ୟରେ ୨୬,୦୦୦ ସ୍କୁଲକୁ ରାଜସ୍ୱ ବିଭାଗ ପକ୍ଷରୁ ପଟ୍ଟା ପ୍ରଦାନ କରାଯାଇଛି ।
ଖୋର୍ଦ୍ଧା କୁମାରବସ୍ତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ, ଜିଲ୍ଲାପାଳ ଖୋର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆଭାସୀ ମାଧ୍ୟମରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଯୋଡି ହୋଇଥିଲେ।   ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରୀ ମାସରେ ବାଣପୁର ଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟବ୍ୟାପୀ ୨୨୦୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟର ଏହି ୨୨୦୦ ବିଦ୍ୟାଳୟ ମଧ୍ୟରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାଣପୁରରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଜି  ଖୋର୍ଦ୍ଧାରେ ଆଉ ୨୦୪ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାଦ୍ୱାରା ରାଜ୍ୟରେ ବର୍ତ୍ତମାନ ୩୨୨ଟି ଆଦର୍ଶ ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି।

Post Views28 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!