ଉଡିପାରୁଛି ଝିଟିପିଟି, ନୂତନ ଜାତିର ସରୀସୃପ ସନ୍ଧାନ

ବୈଜ୍ଞାନିକମାନେ ଭାରତରେ ଏକ ନୂତନ ଜାତିର ସରୀସୃପ ଆବିଷ୍କାର କରିଛନ୍ତି ଯାହା ଗଛରୁ ଗଛକୁ ଅନାୟାସରେ ଉଡ଼ିପାରୁଛି। ଝିଟିପିଟି ଆକୃତିର ଏହି ସରୀସୃପଗୁଡ଼ିକ ହସୁଥିବା ମଧ୍ୟ ଜଣାଯାଇଛି। ପକ୍ଷୀମାନେ ଡେଣା ଝାଡ଼ିଲା ପରି ଏହି ଝିଟିପିଟିଗୁଡ଼ିକ ସେମାନଙ୍କ ଶରୀରରେ ସଂଲଗ୍ନ ଥିବା ଚର୍ମର ଏକ ପରଦାକୁ ହଲାଇ ଉଡ଼ିପାରୁଛନ୍ତି। ପ୍ରାଣୀ ବୈଜ୍ଞାନିକମାନେ ଉତ୍ତରପୂର୍ବ ଭାରତରେ ଝିଟିପିଟିର ବିଭିନ୍ନ ଜାତି ସମ୍ପର୍କରେ ତଥ୍ୟ ଅନ୍ବେଷଣ କଲା ବେଳେ ମିଜୋରାମରେ ଏହି ଜାତିକୁ ଠାବ କରିଥିଲେ।
ତାହାର ବୈଜ୍ଞାନିକ ନାମ ‘ଗେକୋ ମିଜୋରାମେନସିସ୍’ ରଖାଯାଇଛି। ତେବେ ଗୋଟିଏ ଗଛ ଡାଳରୁ ଅନ୍ୟ ଗଛକୁ ଆକାଶଛତା ସାହାଯ୍ୟରେ ଗଲା ଭଳି ଏହାର ଧୀର ଓ ମନ୍ଥର ଗତିରେ ଉଡ଼ି ପାରୁଥିବା ଦକ୍ଷତା ଯୋଗୁଁ ବୈଜ୍ଞାନିକମାନେ ଏହି କୁନି ଝିଟିପିଟିର ସାଧାରଣ ନାମ ‘ପାରାଚ୍ୟୁଟ୍ ଗେକୋ’ ରଖିଛନ୍ତି। ନିଜ ଚର୍ମର ଝୁଲନ୍ତା ପରଦାକୁ ହଲାଇ ଏହା ଉଡ଼ିପାରୁଥିବା ବେଳେ ଏହାର ଲାଞ୍ଚଟି ଦିଗ ନିର୍ଣ୍ଣୟରେ ସାହାଯ୍ୟ କରୁଛି। ସାଧାରଣତଃ ବାଂଳାଦେଶ, ମିଆଁମାର, ଥାଇଲାଣ୍ଡ ଓ କାମ୍ବୋଡ଼ିଆରେ ‘ପାରାଚ୍ୟୁଟ୍ ଗେକୋ’ ବସବାସ କରୁଥିବା ବେଳେ ପ୍ରଥମ ଥର ପାଇଁ ଭାରତରେ ତାହା ଦେଖା ଦେଇଛି। ଭାରତୀୟ ଜାତିର ‘ପାରାଚ୍ୟୁଟ୍ ଗେକୋ’ ପ୍ରାୟ ୨୦୦ ଫୁଟ ଯାଏ ଉଡ଼ିପାରେ। ଏହା ଉଇ ଜାତୀୟ ବିଭିନ୍ନ ପ୍ରକାର କୀଟକୁ ଶିକାର କରି ଖାଦ୍ୟ ରୂପେ ଗ୍ରହଣ କରିଥାଏ ଏବଂ ସନ୍ଧ୍ୟା ସମୟରେ ବେଶୀ ସକ୍ରିୟ ହୁଏ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!