ଦେଶରେ ଏବେ ‘କବଚ’ର ଚର୍ଚ୍ଚା, ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମ କରେ

ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣା ପରେ ସାରା ଦେଶରେ ଏବେ ‘କବଚ’ର ଚର୍ଚ୍ଚା। କୁହାଯାଉଛି ଯଦି ଏହି ରୁଟରେ କବଚ ସିଷ୍ଟମ ଲାଗିଥାନ୍ତା ତେବେ ଏପରି ଦୁର୍ଘଟଣାକୁ ଟଳା ଯାଇ ପାରିଥାନ୍ତା। ତେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣା ସହ କବଚର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବାଲେଶ୍ୱର ରେଳ ଦୁର୍ଘଟଣା ପଛର କାରଣ ଏବେ ଜଣା ପଡିଗଲାଣି। ପଏଣ୍ଟ ମେସିନ ଓ ଇଲେକ୍ଟ୍ରୋନିକ ଇଣ୍ଟରଲିଙ୍କିଙ୍ଗ ଯୋଗୁ ଏହି ଦୁର୍ଘଟଣା ଘଟିଛି।
ତେବେ ରେଳବାଇଙ୍କ ଦ୍ୱାରା ବିକଶିତ କବଚ ପ୍ରଣାଳୀ ସମ୍ପର୍କରେ ଆସନ୍ତୁ ଜାଣିବା। ଏଥିରେ କବଚ ଅଟୋମେଟିକ୍ ବ୍ରେକ୍ ସହିତ ଟ୍ରେନ୍ରେ ଆଉ କେଉଁ ସବୁ କାମ କରିଥାଏ ତାହା ଆପଣ ଜାଣିପାରିବେ। କବଚ ଏକ ଅଟୋମେଟିକ ଟ୍ରେନ୍ ପ୍ରୋଟେକ୍ସନ ସିଷ୍ଟମ, ଯାହା ଟ୍ରେନକୁ ଦୁର୍ଘଟଣା ଅଥବା ଟ୍ରାକ୍ରେ ହେବାକୁ ଥିବା କୌଣସି ପ୍ରକାରର ଦୁର୍ଘଟଣାରୁ ରକ୍ଷା କରିଥାଏ। ଏହି ଟେକ୍ନୋଲଜିକୁ ଭାରତୀୟ ରେଳଙ୍କ ରିସର୍ଚ୍ଚ ଡିଜାଇନ ଏଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେନସ (ଆରଡିଏସଓ) ବିକଶିତ କରିଛନ୍ତି। ଟ୍ରେନ ଦୁର୍ଘଟଣା ରୋକିବା ପାଇଁ ୨୦୧୨ ମସିହାରୁ ଏହି ସିଷ୍ଟମ ଉପରେ ଗବେଷଣା କରାଯାଉଛି। ସେତବେଳେ ଏହାକୁ ଟ୍ରେନ କୋଲାଇଜନ ଆଭଏଡାନ୍ସ ସିଷ୍ଟମ ନାମ ଦିଆଯାଇଥିଲା।

ଏହି ସିଷ୍ଟମକୁ ଜିରୋ ଏକ୍ସିଡେଣ୍ଟ ଲକ୍ଷ ଅନୁସାରେ ବିକଶିତ କରାଯାଇଥିଲା। ୨୦୧୬ମସିହାରେ ଏହାର ପରୀକ୍ଷଣ ମଧ୍ୟ ହୋଇଥିଲା। ଏଥିରେ କେନ୍ଦ୍ର ରେଳମନ୍ତ୍ରୀ ଗତବର୍ଷ ଏହାର ଲାଇଭ ଡେମୋ ମଧ୍ୟ କରିଥିଲେ। କବଚ ଏକ ଏପରି ପ୍ରଣାଳୀ ଯାହା ଗୋଟିଏ ରେଳ ଧାଣାରେ ଦୁଇ ବିପରୀତ ଦିଗରୁ ଆସୁଥିବା ଟ୍ରେନ୍କୁ ଏକ ନିଶ୍ଚିତ ଦୂରତାରେ ଅଟକାଇ ଦେଇପାରେ। ଫଳରେ ଦୁର୍ଘଟଣା ଟଳିଯିବାର ଅନେକ ସମ୍ଭାବନା ଥାଏ। ଏହି ପୁରା ସିଷ୍ଟମ ଇଲେକ୍ଟ୍ରୋନିକ୍ ଡିଭାଇସ୍ର ଏକ ସେଟ୍, ଯେଉଁଥିରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ ଡିଭାଇସକୁ ଟ୍ରେନ, ଟ୍ରାକ ଓ ପ୍ରତ୍ୟେକ ଷ୍ଟେସନର ଏକ କିଲୋମିଟର ଦୂରତାରେ ଇନଷ୍ଟଲ କରାଯାଇଥାଏ।
ଏହି ସିଷ୍ଟମ ଅଲଟ୍ରା ହାଇ ରେଡିଓ ଫ୍ରିକ୍ୱେନ୍ସିରେ କାମ କରିଥାଏ ଓ ଟ୍ରେନ ସିଗ୍ନାଲ ଜମ୍ପ କରିବା ମାତ୍ରେ ଆକ୍ଟିଭ ହୋଇଯାଇଏ। ସିଗ୍ନାଲ ଜମ୍ପ କ୍ଷେତ୍ରରେ ଏହି ସିଷ୍ଟମ ସର୍ବପ୍ରଥମେ ଲୋକୋ ପାଇଲଟକୁ ସତର୍କ କରିଥାଏ। ଯଦି ଗୋଟିଏ ଟ୍ରାକ୍ରେ ଦୁଇଟି ଟ୍ରେନ ଥାନ୍ତି ତେବେ ଏହି ସିଷ୍ଟମ ଆକ୍ଟିଭ ହୋଇ ମୁଭମେଣ୍ଟକୁ ମନିଟରିଂ କରିଥାଏ ଓ ଲଗାତାର କଣ୍ଟ୍ରୋଲ ରୁମ ଏବଂ ଷ୍ଟେସନକୁ ସିଗ୍ନାଲ ପଠାଇଥାଏ। ଟ୍ରେନ ସିଗ୍ନାଲ ଜମ୍ପ କରିବା କ୍ଷେତ୍ରରେ ଏହି ସିଷ୍ଟମ ୫ କିଲୋମିଟର ଅଞ୍ଚଳ ମଧ୍ୟରେ ସବୁ ଟ୍ରେନର ସଞ୍ଚାଳନ ବନ୍ଦ କରିଦେଇଥାଏ। ଟ୍ରେନ୍ ବ୍ରେକ୍ ଫେଲ ହୋଇଥିବା କ୍ଷେତ୍ରରେ ଏହି ସିଷ୍ଟମ ଆକ୍ଟିଭ ହୋଇ ଟ୍ରେନର ବ୍ରେକ୍ ଉପରେ ନିୟନ୍ତ୍ରଣ ହାସଲ କରିବା ସହ ବେଗକୁ ନିୟନ୍ତ୍ରିତ କରିଥାଏ।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!