ଲୋନାଭାଲାକୁ ଟ୍ରେକିଂ ପାଇଁ ଯାଇଥିବା ବେଳେ ପ୍ରାଣ ହରାଇଲେ ଓଡ଼ିଆ ଛାତ୍ରୀ

ମୁମ୍ବାଇରେ ଓଡି଼ଆ ଛାତ୍ରୀଙ୍କ ମୃତ୍ୟୁ। ୪୦୦ ଫୁଟ ଗଭୀର ଖାଇରୁ ମିଳିଲା ମୃତଦେହ। ଲୋନାଭାଲାକୁ ଟ୍ରେକିଂ ପାଇଁ ଯାଇଥିବା ବେଳେ ଅଘଟଣ। ଲୋନାଭାଲାର ଟାଇଗର ପଏଣ୍ଟ ଅଞ୍ଚଳରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ମୁମ୍ବାଇରେ ରହି LLB ପଢୁଥିବା ଛାତ୍ରୀ ଶ୍ରେୟା ନରେନ୍ଦ୍ର ପତି ଜାନୁଆରୀ ୩୧ ତାରିଖରେ ମୁମ୍ବାଇରୁ ଲୋନାଭାଲାକୁ ଟ୍ରେକିଂ ପାଇଁ ଯାଇଥିଲେ।

ଟ୍ରେକିଂ ସମୟରେ ଟାଇଗର ପଏଣ୍ଟ ପାଖରେ ୪୦୦ ଫୁଟ ଖାଇକୁ ଖସି ପଡିଥିଲେ ଛାତ୍ରୀ। ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକେ ତାଙ୍କୁ କଲ୍ କରିଥିଲେ ତାଙ୍କ ଫୋନ ମଧ୍ୟ ବନ୍ଦ ଥିଲା। ସ୍ଥାନୀୟ ଜଣେ ଦୋକାନୀଙ୍କୁ ଶ୍ରେୟାଙ୍କ ବ୍ୟାଗ୍ ମିଳିଥିଲା। ବ୍ୟାଗରେ ଥିବା ପରିଚୟ ପତ୍ର ଆଧାରରେ ତାଙ୍କ ପରିବାରକୁ ଖବର ଦେଇଥିଲେ ଦୋକାନୀ। ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡଗ୍ ସ୍କ୍ବାଡ ଏବ୍ଂ ଡ୍ରୋନ ସାହାଯ୍ୟରେ ଖୋଜାଖୋଜି କରିଥିଲେ। ଦୀର୍ଘ ୩୬ ଘଣ୍ଟା ପରେ ଶ୍ରେୟାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍। ତେବେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍।

Post Views43 Total Count

Apply Now


This will close in 0 seconds

error: Content is protected !!