ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ଓ ପୁଅକୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଆଜି ଜମ୍ମୁ-କାଶ୍ମୀରର ପହଲଗାମ୍‌କୁ ବୁଲିବାକୁ ଯାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ କୁମାର ଶତପଥୀଙ୍କର ପତ୍ନୀ ଓ ପୁଅକୁ ଭେଟିଛନ୍ତି। ଅପରାଜିତା ଷଡ଼ଙ୍ଗୀ ଶ୍ରୀନଗର ଗସ୍ତରେ ଥିବା ଯୋଗୁ ସେମାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏଣେ ନୂଆଦିଲ୍ଲୀରେ ମୃତ ପ୍ରଶାନ୍ତଙ୍କ ଭଉଣୀ ଅପେକ୍ଷାରେ ରହିଛନ୍ତି l ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଆଜି ଜମ୍ମୁ-କାଶ୍ମୀରର ପହଲଗାମ୍‌କୁ ବୁଲିବାକୁ ଯାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ କୁମାର ଶତପଥୀଙ୍କର ପତ୍ନୀ ଓ ପୁଅକୁ ଭେଟିଛନ୍ତି। ଅପରାଜିତା ଷଡ଼ଙ୍ଗୀ ଶ୍ରୀନଗର ଗସ୍ତରେ ଥିବା ଯୋଗୁ ସେମାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ପ୍ରଶାନ୍ତ ବାଲେଶ୍ବର ସ୍ଥିତ ସିପେଟ୍‌ରେ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରିଥିଲେ। ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ‌ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ତାଙ୍କ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଗତକାଲି ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ଫୋନ୍‌ ଆସିଥିଲା। ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ସୁରକ୍ଷିତ ଥିବା ସୂଚନା ମିଳିଥିଲା। ଶ୍ରୀନଗରର ପହଲଗାମ୍‌କୁ ଅନ୍ୟ ପର୍ଯ୍ୟଟକଙ୍କ ସହ ସେମାନେ ବୁଲିବାକୁ ଯାଇଥିବା ବେଳେ ଆତଙ୍କୀମା‌ନେ ସେମାନଙ୍କ ଧର୍ମ ପଚାରି ଗୁଳିବର୍ଷଣ କରିଥିବା ସୂଚନା ମିଳିଛି। ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି।

Post Views6 Total Count

Apply Now


This will close in 0 seconds

error: Content is protected !!