ଅଂଶୁଘାତରେ ଚାଲିଗଲା ୧୧ ଜୀବନ, ୬୦୦ରୁ ଅଧିକ ଅସୁସ୍ଥ

ଅଂଶୁଘାତରେ ୧୧ଜଣ ପ୍ରାଣ ହରାଇଥିବା ବେଳେ ୬୦୦ରୁ ଅଧିକ ଲୋକେ ଅସୁସ୍ଥ । ମହାରାଷ୍ଟ୍ରର ନଭି ମୁମ୍ବାଇରେ ଆୟୋଜିତ ‘ମହାରାଷ୍ଟ୍ର ଭୂଷଣ ପୁରସ୍କାର’ ସମାରୋହରେ ବଡ଼ ଅଘଟଣ ।
ଏଭଳି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିବା ସହ ହସ୍ପିଟାଲରେ ପୀଡ଼ିତଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।
ରବିବାର ଆୟୋଜିତ ଏହି ସମାରୋହରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । କିନ୍ତୁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ସହ୍ୟ କରିପାରିନଥିଲେ ଲୋକେ ।
ଗରମ ବଢ଼ିବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଲାଗିଲା । ପାଖାପାଖି ଖୋଲା ଆକାଶ ତଳେ ଲୋକେ ୬ ଘଣ୍ଟା ଧରି ବସିର ରହଥିଲେ ।

ତେବେ ସେଠାରେ ମାତ୍ର ଦୁଇଟି ଟେଣ୍ଟ ହୋଇଥଲା, ଯେଉଁଥିରେ ୧ହଜାର ଜଣକ ଭିଆଇପି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବସିବା ସୁବିଧା ଥିଲା ।
କିନ୍ତୁ ଯେଉଁମାନେ ପ୍ରଚଣ୍ଡ ଖରାରେ ବସିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥିଲେ । କିଛି ଲୋକେ ଅଚେତ ମଧ୍ୟ ହୋଇପଡ଼ିଥିଲେ ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!