ରାଜ୍ୟସଭାକୁ ଯିବେ କେଜ୍ରିୱାଲ

ପଞ୍ଜାବରେ ଏବେ ଆପ ସରକାର ରହିଛି। ସଂଖ୍ୟା ଦୃଷ୍ଟିରୁ ପଞ୍ଜାବରୁ ହିଁ ରାଜ୍ୟସଭା ସାଂସଦ ପଠାଇପାରିବ ଆପ୍। ଜାତୀୟ ରାଜନୀତିରେ ନିଜର ଅସ୍ତିତ୍ବ ବଞ୍ଚାଇବାକୁ କ୍ରେଜିୱାଲ ରାଜ୍ୟସଭାକୁ ସାଂସଦ ଭାବେ ଯିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। କାରଣ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ କେବଳ ଶାସନ କ୍ଷମତାରୁ ଯାଇନି ବରଂ ଦଳର ସଂଯୋଜକ କେଜ୍ରିୱାଲଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି ।

ଏଭଳି ସ୍ଥିତିରେ ଆଗକୁ ଆପର ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପଞ୍ଜାବରେ ଆପ୍ ସରକାର ଭାଙ୍ଗିଯିବା ଚର୍ଚ୍ଚା ଭିତରେ କେଜ୍ରିୱାଲ ନିଜ ରାଜନୀତି ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟସଭା ରାସ୍ତାକୁ ଆପଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ପଶ୍ଚିମ ଲୁଧିଆନାରେ ହେବାକୁ ଥିବା ଉପ-ନିର୍ବାଚନ କେଜ୍ରିୱାଲଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ପଶ୍ଚିମ ଲୁଧିଆନା ଆସନ ପାଇଁ ଦଳର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ପ୍ରାର୍ଥୀ କରାଯାଇଛି ।

ତେଣୁ ସଞ୍ଜୀବଙ୍କ ସ୍ଥାନରେ କେଜ୍ରିୱାଲ ସଂସଦକୁ ବ୍ୟାକଡୋର ଏଣ୍ଟ୍ରି ମାରି ପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହାଛଡା ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

Post Views2 Total Count

Apply Now


This will close in 0 seconds

error: Content is protected !!