ସିକିମ୍‌ରେ ବନ୍ୟା, ଭାସିଗଲେ ଯବାନ…

ସିକିମ୍‌ରେ ବନ୍ୟା । ପ୍ରବଳ ବର୍ଷାରେ ତିସ୍ତା ନଦୀରେ ଉପୁଜିଛି ଫ୍ଲାସ ଫ୍ଲଡ ।ବନ୍ୟା ସ୍ରୋତରେ ଭାସିଯାଇଛନ୍ତି ୨୩ ଜଣ ଯବାନ । ତଳିଆ ଅଞ୍ଚଳରେ ସିଙ୍ଗତାମ ନିକଟସ୍ଥ ବାରଦାଙ୍ଗରେ ପାର୍କିଂ କରିଥିବା ସେନା ଗାଡ଼ିଗୁଡିକ ନଦୀ ଜଳ ସ୍ରୋତରେ ଭାସିଯାଇଥିଲା । ନିଖୋଜ ଯବାନମାନଙ୍କୁ ଉଦ୍ଧାର କରିବା ଲାଗି ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ତଳିଆ ଅଞ୍ଚଳରେ ଥିବା କେତେକ ସେନା ପ୍ରତିଷ୍ଠାନ ବି ଜଳସ୍ରୋତରେ ଭାସିଯାଇଛି । ଏହି ଘଟଣା ପରେ ସିକ୍କିମ ସରକାର ତିସ୍ତା ନଦୀ ପାର୍ଶ୍ବରେ ହାଇଆଲର୍ଟ ଜାରି କରାଯାଇଛି ଏବଂ ସ୍ଥାନୀୟ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି । ମଙ୍ଗାନ ଓ ନାମଚି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!