ଭାଜପାରୁ ଇସ୍ତଫା ଦେଲେ ବରିଷ୍ଠ ନେତା

ଭାଜପା ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ କନ୍ନା ଲକ୍ଷ୍ମୀନାରାୟଣ ଗୁରୁବାର ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି।

ଗୁଣ୍ଟୁରରେ ଥିବା ତାଙ୍କ ବାସଭବନରେ ଇସ୍ତଫା ଘୋଷଣା କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ସମ୍ପୂର୍ଣ୍ଣ ସମ୍ମାନ ରହିଛି, କିନ୍ତୁ ଦଳର ସ୍ଥାନୀୟ ନେତୃତ୍ୱରେ ସେ ଖୁସି ନୁହଁନ୍ତି। ତେଣୁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ରାଜ୍ୟ ବିଭାଜନ ପୂର୍ବରୁ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ଲକ୍ଷ୍ମୀନାରାୟଣ ହେଉଛନ୍ତି କାପୁ ସମ୍ପ୍ରଦାୟର ଅନ୍ୟତମ ପ୍ରଭାବଶାଳୀ ନେତା। ସେ ୨୦୧୮ ରୁ ୨୦୨୦ପର୍ଯ୍ୟନ୍ତ ଦଳର ସଭାପତି ଭାବରେ କାର୍ଯ୍ୟ କରିଥିଲେ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!