ଦିଲ୍ଲୀ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ଆତିଶୀ

ଆମ୍ ଆଦମୀ ପାର୍ଟି ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶନିବାର (ସେପ୍ଟେମ୍ବର ୨୧) ରାଜନିବାସରେ ଆୟୋଜିତ ଏକ ସରଳ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଆତିଶୀଙ୍କୁ ଶପଥ ପାଠ କରାଇବା ସହ ଏହି ଆତିଶୀ ଦିଲ୍ଲୀର ତୃତୀୟ ତଥା ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଳାସ ଗେହଲଟ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲାୱତ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଆତିଶୀ ଦିଲ୍ଲୀର କାଲକାଜିରୁ ବିଧାୟକ ଅଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସରକାରରେ ସେ ଶିକ୍ଷା, ପିଡବ୍ଲ୍ୟୁଡି, ଶକ୍ତି, ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ଏବଂ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ ଥିଲେ। ସେ ଆମ୍ ଆଦମୀ ପାର୍ଟିର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ମଧ୍ୟ ଅଛନ୍ତି।ସୁଲତାନପୁର ମାଜରାର ବିଧାୟକ ମୁକେଶ ଅହଲାୱତ ପ୍ରଥମ ଥର ପାଇଁ ଦିଲ୍ଲୀ ସରକାରରେ ମନ୍ତ୍ରୀ ହୋଇଛନ୍ତି । ସେହିପରି ଅରବିନ୍ଦ କେଜ୍ରିୱାଲଙ୍କ ସରକାରରେ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଳାସ ଗେହଲଟ, ଇମ୍ରାନ ହୁସେନ କ୍ୟାବିନେଟ ମନ୍ତ୍ରୀ ଥିଲେ। ଅବକାରୀ ନୀତି ସମ୍ବନ୍ଧୀୟ ଏକ ମାମଲାରେ ତିହାର ଜେଲରୁ ଜାମିନରେ ମୁକୁଳିବା ପରେ ଅରବିନ୍ଦ କେଜ୍ରିୱାଲ ସେପ୍ଟେମ୍ବର ୧୭ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା।ବରିଷ୍ଠ ଆପ୍ ନେତା ଆତିଶୀ ଦିଲ୍ଲୀର କାଲକାଜିରୁ ବିଧାୟକ ଅଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସରକାରରେ ସେ ଶିକ୍ଷା, ପିଡବ୍ଲ୍ୟୁଡି, ଶକ୍ତି, ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ଏବଂ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ ଥିଲେ। ସେ ଆମ୍ ଆଦମୀ ପାର୍ଟିର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ମଧ୍ୟ ଅଛନ୍ତି।

 

 

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!