ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା

ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା ହୋଇଛି ।ବଲାଙ୍ଗିର ର ମାଧୁରୀ ମେହେଟା ଅଧିନାୟିକା ଓ ଢେଙ୍କାନାଳ ର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଙ୍କୁ ଉପଅଧିନାୟିକା ଭାବରେ ଦାୟିତ୍ୱ ମିଳିଛି ।

ଢେଙ୍କାନାଳ ର ସୁଶ୍ରୀ ଦିବ୍ୟଦର୍ଶିନୀ ଭାରତ ପକ୍ଷରୁ ୨୦୧୯ ମହିଳା ଏମର୍ଜୀଂ ଏସିଆ କପ ଖେଳି ସେହି ଟୁର୍ଣ୍ଣାମେଣ୍ଟ ସର୍ବାଧିକ ୱିକେଟ୍ ହାସଲ କରିଥିଲେ ।ମହିଳା ଚ୍ୟାଲେଞ୍ଜର୍ସ କପରେ ଭାରତ ଗ୍ରୀନ ଦଳର ଅଧିନାୟିକା ମଧ୍ୟ ରହି ଦଳକୁ ରନର୍ସ ଅପ କରାଇଥିଲେ ।ଏପରିକି ସେ ଓଡିଶା ଅଣ୍ଡର-୨୩ ଦଳର ଅଧିନାୟିକା ମଧ୍ୟ ରହିଥିଲେ ।ସେହିପରି ମାଧୁରୀ ଭାରତୀୟ ମହିଳା ଦଳ ପକ୍ଷରୁ ୨ ଦିନିକିଆ ଓ ୩ ଟି-୨୦ ମ୍ୟାଚ ଖେଳିଛନ୍ତି ।ଏହି ଟୁର୍ଣ୍ଣାମେଣ୍ଟ ବିଦର୍ଭରେ ଆସନ୍ତା ୧୭ ରୁ ୨୮ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!