ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରୋମାଞ୍ଚକର ବିଜୟ ସହ ସିରିଜ କବଜ୍ଜା କରିଛି ଟିମ୍ ଇଣ୍ଡିଆ । ୫ ୱିକେଟ ହରାଇ ୧୯୨ ରନର ବିଜୟ ଲକ୍ଷ୍ୟକୁ ହାସଲ କରିଛି ଭାରତ । ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି ।
୫ ଟିକିଆ ସିରିଜରେ ଗୋଟିଏ ମ୍ୟାଚ ବାକି ଥାଇ ୩–୧ରେ ଆଗୁଆ ରହିଛି ଭାରତ। ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ସ୍ପିନର ମାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରର ବିଜୟ କାହାଣୀ ଲେଖା ହୋଇଥିଲା । ଫଳରେ ୧୯୨ ରନର ଟାର୍ଗେଟ କରି ପଡ଼ିଆକୁ ଓହ୍ଲାଇଥିଲେ ରୋହିତବାହିନୀ। ସୋମବାର ଖେଳ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ କରି ଆଉଟ ହୋଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ପରେ ଶୁବମନ ଗିଲ୍, ଧ୍ରୁଜବ ଜୁରେଲ ଦମଦାର ଇନିଂସ ଖେଳିଥିଲେ। ସର୍ତକତା ସହ ବ୍ୟାଟିଂ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଗିଲ୍ ଏବଂ ଧ୍ରୁବ ୫୨ ଓ ୩୯ରନ କରିଥିଲେ। ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଥିବା ବେଳେ ପରବର୍ତ୍ତୀ ୩ଟି ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହ ରୋହିତ ବାହିନୀ ସିରିଜ ହାତେଇଛି ।

