ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ରବିବାର ଝାଡ଼ଗ୍ରାମରେ ଏକ ଜନସଭା ଶେଷ କରି ହେଲିପ୍ୟାଡକୁ ଫେରୁଥିବା ସମୟରେ ପ୍ରଧାନମନ୍ତ୍ରୀ ହଠାତ୍ ଏକ ଦୋକାନରେ ଅଟକି ଯାଇଥିଲେ ଏବଂ ସେଠାରେ ବଙ୍ଗଳାର ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟ ‘ଝାଲମୁଢ଼ି’ର ସ୍ୱାଦ ଚାଖିଥିଲେ।

ପ୍ରଧାନମନ୍ତ୍ରୀ ଝାଲମୁଢ଼ି କିଣି ଖାଇବା ସହ ସେଠାରେ ଉପସ୍ଥିତ ସାଧାରଣ ଜନତାଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାପରେ ସେ ନିଜ ପକେଟରୁ ୧୦ ଟଙ୍କା ବାହାର କରି ଦୋକାନୀଙ୍କୁ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଏହି ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, “ପଶ୍ଚିମବଙ୍ଗରେ ଦିନସାରା ୪ଟି ର‍୍ୟାଲି ମଧ୍ୟରେ ଝାଡ଼ଗ୍ରାମରେ ସୁଆଦିଆ ଝାଲମୁଢ଼ି ଖାଇ ବହୁତ ଭଲ ଲାଗିଲା।”

 

ଝାଲମୁଢ଼ି ଖାଇବା ପୂର୍ବରୁ ଝାଡ଼ଗ୍ରାମରେ ‘ବିଜୟ ସଂକଳ୍ପ ସଭା’କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ମୋଦି କହିଛନ୍ତି ଯେ, ଏହି ନିର୍ବାଚନ ବଙ୍ଗଳାର ସମୃଦ୍ଧ ଐତିହ୍ୟ ଓ ପରିଚୟକୁ ବଞ୍ଚାଇବା ପାଇଁ। ଟିଏମସିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ଶାସକ ଦଳ ଅନୁପ୍ରବେଶକାରୀଙ୍କ ପାଇଁ ସରକାର ଗଢ଼ିବାକୁ ଚାହୁଁଛି। ଟିଏମସିର ଏହି ଏଜେଣ୍ଡା ବଙ୍ଗଳା ପାଇଁ ଅତ୍ୟନ୍ତ ବିପଜ୍ଜନକ। ବଙ୍ଗଳାର ପ୍ରତିଟି ବର୍ଗର ଲୋକ ଏଥର ଅନୁପ୍ରବେଶକାରୀ ସରକାରକୁ ହଟାଇବାକୁ ସଂକଳ୍ପ ନେଇସାରିଛନ୍ତି।

 

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ସାଧାରଣ ଜୀବନଶୈଳୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ଆଲୋଚନା କରିବା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!