ଶାଲୁଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍ପି)ର ସାମାଜିକ ପ୍ରତିଷ୍ଠାନ ଜେଏସ୍ପି ଫାଉଣ୍ଡେଶନର ଚେୟାରପର୍ସନ୍ ଶାଲୁ ଜିନ୍ଦଲଙ୍କୁ ନିକଟରେ ସମ୍ମାନଜନକ ସିଏସ୍ଆର୍ ଟାଇମ୍ସ ଲାଇଫଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ସାମାଜିକ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ବିକାଶ ପାଇଁଁ ଶାଲୁଙ୍କୁ ଉପରୋକ୍ତ ସମ୍ମାନ ଦିଆଯାଇଛି।

, ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟସ୍ତରୀୟ ସିଏସ୍ଆର୍ ସମ୍ମିଳନୀ-୨୦୨୩ ଅବସରରେ ଶାଲୁ ଉଜ୍ବେକିସ୍ତାନର ରାଷ୍ଟ୍ରଦୂତ ଦିଲଶୋଦ ଅଖଟୋବଙ୍କଠାରୁ ଲାଇଫଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ଗ୍ରହଣ କରିଥିଲେ। ଉକ୍ତ ସମ୍ମିଳନୀରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଏସ୍.ପି.ବଘେଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମେଜର ଜେନେରାଲ୍ ରବୀନ୍ଦ୍ର ସିଂ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ଲ୍ୟୁଟନାଣ୍ଟ ଜେନେରାଲ୍(ଅବସରପ୍ରାପ୍ତ) ସୟଦ ଅତା ହସନୈନ୍, ସିଏସଆର ଟାଇମ୍ସର କାର୍ଯ୍ୟନିର୍ବାହୀ ସମ୍ପାଦକ ରବି ଶଙ୍କରଙ୍କ ସମେତ ସିଏସଆର ଟାଇମ୍ସର ସମ୍ପାଦକ ହରିଶ ଚାନ୍ଦର ଏବଂ ବରିଷ୍ଠ କର୍ପୋରେଟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଶାଲୁ ଜିନ୍ଦଲ କହିଥିଲେ, ସାମାଜିକ ତଥା ସାଂସ୍କୃତିକ ପ୍ରୟାସ ପାଇଁ ମୋତେ ଏହି ସ୍ବୀକୃତି ଦିଆଯାଇଥିବାରୁ ମୁଁ ଆୟୋଜକଙ୍କୁ ଧନ୍ୟବାଦ ଜଣାଉଛି। ସେହିଭଳି ଉକ୍ତ ସମ୍ମାନ ଆଗକୁ ଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବ। ଅପରପକ୍ଷରେ ଜେଏସ୍ପି ଫାଉଣ୍ଡେସନ କ୍ରମାଗତ ଭାବେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିଛି। ଏପରିକି ସାମାଜିକ ମଙ୍ଗଳ କ୍ଷେତ୍ରରେ ଦେଶର ଅନ୍ୟ କର୍ପୋରେଟ୍ ସଂସ୍ଥାଗୁଡ଼ିକ ପାଇଁ ଏକ ଉଚ୍ଚ ମାନଦଣ୍ଡ ସ୍ଥିର ହୋଇପାରିଛି। ସେହିପରି ସାମାଜିକ କାର୍ଯ୍ୟ ବ୍ୟତୀତ ଶାଲୁ ଜିନ୍ଦଲ ପ୍ରସିଦ୍ଧ କୁଚିପୁଡି ନୃତ୍ୟାଙ୍ଗନା ଭାବେ ବେଶ୍ ଜଣାଶୁଣା। ବିଶେଷ କରି ବିଶ୍ୱସ୍ତରରେ ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ସେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି। ଏପରି କି ଶାଲୁ ଜାତୀୟ ବାଲ ଭବନର ଚେୟାରପର୍ସନ୍ ତଥା ୟଙ୍ଗ ଫିକିର ପ୍ରତିଷ୍ଠାତା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!