ନର୍ସି ଅଫିସର ନିଯୁକ୍ତି ଉପରେ ହଟିଲା ରୋକ

ଏଣିକି ସ୍ୱାଭାବିକ୍ ଚାଲିବ ନର୍ସ, ଫାର୍ମାଷିଷ୍ଟ, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି । ପୂର୍ବରୁ ନିଯୁକ୍ତି ଉପରେ ଲଗାଇଥିବା ରହିତାଦେଶ ହଟାଇ ଦେଇଛନ୍ତି ହାଇକୋର୍ଟ ।

୩୦ଟି ଜିଲ୍ଲା ମେଡିକାଲ ଏବଂ ୩ଟି ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ସ୍ୱାଭାବିକ ହେବ ।କୋଭିଡ ସମୟରେ ନିଯୁକ୍ତି ପାଇଥିବା କିଛି ପାରାମେଡିକାଲ ଷ୍ଟାଫ୍ ନୂଆ ନିଯୁକ୍ତି ପ୍ରକ୍ରିୟା ଉପରେ ପଶ୍ନ ଉଠାଇ ହାଇକୋର୍ଟରେ ଆବେଦନ କରିଥିଲେ । ନୂଆ ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ଦେବାକୁ ଦାବି କରିଥିଲେ ।

ମାମଲାର ବିଚାର ନ ସରିବା ଯାଏଁ ନୂଆ ନିଯୁକ୍ତି ଉପରେ ଗତ ମେ ୧ ତାରିଖରେ ହାଇକୋର୍ଟ ରୋକ ଲଗାଇଥିଲେ । କିନ୍ତୁ ଏହି ମାମଲାର ଶୁଣାଣି କରି ଆଜି ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରୋକ ହଟାଇ ଦେଇଛନ୍ତି ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!